ବିଜେବି ଛାତ୍ରୀ ନିବାସରେ ରୁଚିକା ଆତ୍ମହତ୍ୟା ଘଟଣା: ତିନି ସିନିୟର୍ ଛାତ୍ରୀଙ୍କ ଚିହ୍ନଟ ପ୍ରକ୍ରିୟା ଜାରି
ଭୁବନେଶ୍ବର: ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣାର ୩ ଅଭିଯୁକ୍ତଙ୍କୁ ଏଯାଏ ଚିହ୍ନଟ କରାଯାଇ ନଥିବା ବେଳେ, ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରଖିଛି ପୁଲିସ। ହଷ୍ଟେଲ ଭିତରେ ଏସିପିଙ୍କ ଟିମ୍ ଓ ମହିଳା ପୁଲିସ ୧୩୪ ଜଣ ସିନିୟର ଛାତ୍ରୀଙ୍କୁ ପଚରାଉଚରା କରୁଛନ୍ତି। ସେହି ତିନି ଜଣ କିଏ, କେବେଠୁ ସେମାନେ ରାଗିଙ୍ଗ କରୁଥିଲେ ଏବଂ କାହାର ଚାପ ଯୋଗୁ ରୁଚିକା ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଜାରି ରଖିଛି କମିସନରେଟ୍ ପୁଲିସ।
ଜୋନ୍-୪ର ଏସିପି ପରେଶ କୁମାର ରାଉତଙ୍କ କହିବା ଅନୁଯାୟୀ, ବିଜେବି କଲେଜ ହଷ୍ଟେଲରେ ପ୍ରାଥମିକ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ୩୦ ଜଣ ଛାତ୍ରୀଙ୍କ ବୟାନ ରେକର୍ଡ ହୋଇଛି। ଏହାଛଡ଼ା ଛାତ୍ରୀ ନିବାସର ଅଧୀକ୍ଷକ, ୱାର୍ଡେନ, ଆସିଷ୍ଟାଣ୍ଟ ୱାର୍ଡେନ, ଫ୍ଲୋର ଇନଚାର୍ଜ ଓ ହଷ୍ଟେଲ ଦାୟିତ୍ୱରେ ଥିବା ଏକାଧିକ ଲୋକଙ୍କୁ ପଚରାଉଚରା ସହ ସେମାନଙ୍କ ବୟାନ ରେକର୍ଡ କରିଛି ପୁଲିସ। ତିନୋଟି ଟିମ ଗଠନ କରି ତଦନ୍ତ କରୁଛି ପୁଲିସ। ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି, ଦୋଷୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି କଟକ ଆଠଗଡ଼ର ରୁଚିକା ମହାନ୍ତି ଶନିବାର ପୂର୍ବାହ୍ନରେ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ଆତ୍ମହତ୍ୟା କରିଥିଲେ। ବେକରେ ରଶି ବାନ୍ଧି ସେ ଆତ୍ମହତ୍ୟା କରିଥିଲେ। ୩ ସିନିୟର୍ ଛାତ୍ରୀଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ରୁଚିକାଙ୍କ ପକେଟ୍ରୁ ପୁଲିସ କରିଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ଥିବା ଜଣାପଡ଼ିଛି। ରାଗିଂ ଭଳି ସଂଗିନ୍ ଅଭିଯୋଗ ପ୍ରସଙ୍ଗ ଉଠିବା ପରେ ବଡ଼ଗଡ଼ ଥାନା ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ଛାନ୍ଭିନ୍ ଆରମ୍ଭ କରିଛି। ରୁଚିକାଙ୍କ ମା’ ବିଦ୍ୟୁତପ୍ରଭା ମହାନ୍ତି ମଧ୍ୟ କଲେଜ ହଷ୍ଟେଲରେ ଚାଲିଥିବା ରାଗିଂ ପାଇଁ ତାଙ୍କ ଝିଅର ଜୀବନ ଯାଇଛି ବୋଲି ଏତଲା ଦେଇଛନ୍ତି ଓ ଦୋଷୀ ଛାତ୍ରୀମାନଙ୍କୁ ଠାବ କରି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିଭଳି ବିଜେବି କଲେଜରେ ଏଭଳି ସମ୍ବେଦନଶୀଳ ମାମଲା ହୋଇଥିବାରୁ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ଅପରପକ୍ଷେ ଆଜି ଶବ ବ୍ୟବଚ୍ଛେଦ ପରେ ଏକ ଶୋକାକୁଳ ପରିବେଶରେ ଗାଁ ମଶାଣିରେ ରୁଚିକାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।


The user experience is top notch and the rewards are generous. I’ve shared this with my friends and we are all having a blast on 777zkapk.
The app version is a game changer. I can play anywhere without any glitches. If you are on the go just download 24jiliparkapp and enjoy.
I have tried many sites but this one stands out for its reliability. Fast withdrawals and great odds. Trust kr789win
[491]isac88 Login Link | Trusted Online Slots Malaysia,isac88 offers a secure login link and easy apk download for players. Enjoy trusted online slots with casino deposit via touch n go. Join and play now. visit: isac88