ରାଗିଂର ଶିକାର ହୋଇଥିଲେ ଦୂତୀ ଚାନ୍ଦ: କହିଲେ ଅଙ୍ଗେ ନିଭାଇଥିବା କଥା
ଭୁବନେଶ୍ବର: ରାଗିଂର ଶିକାର ହୋଇ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର କାରୁବାକୀ ଛାତ୍ରୀନିବାସରେ ରହୁଥିବା ଯୁକ୍ତ ୩ ପ୍ରଥମ ବର୍ଷ କଳା ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ସମୟରେ ଅଲମ୍ପିଆନ୍ ଦୂତୀ ଚାନ୍ଦ୍ ମଧ୍ୟ ରାଗିଂର ଶିକାର ହୋଇଥିବା କଥା କହିଛନ୍ତି। ଏନେଇ ସୋସିଆଲ୍ ମିଡିଆରେ ନିଜେ ଅଙ୍ଗେ ନିଭାଇଥିବା କଥା ଦୂତୀ ପୋଷ୍ଟ କରିଛନ୍ତି।
ଏଥିରେ ଦୂତୀ କହିଛନ୍ତି, ଆମ ବେଳେ ବି ସ୍ପୋଟର୍ସ ହଷ୍ଟେଲରେ ରାଗିଂ ହେଉଥିଲା। ସିନିୟରମାନେ ରୁମକୁ ଡାକି ବଡି ମସାଜ କରାଉଥିଲେ। ମୋ ସମୟରେ ନିଜର ସବୁ ଡ୍ରେସ ଧୋଇ ସଫା ବି କରିବା ପାଇଁ କହୁଥିଲେ। ଦୀର୍ଘ ୩ ବର୍ଷ ଧରି ନିଜେ ଏହି ସିନିୟରମାନଙ୍କ ଦ୍ୱାରା ରାଗିଂର ଶିକାର ହୋଇଥିଲେ। କେତେ ଯେ ଦିଦିଙ୍କର ବଡି ମସାଜ କରିଛି ଓ କପଡ଼ା ସଫା କରିଛି। ଜୁନିୟର ବୋଲି ସିନିୟରମାନେ ତାଙ୍କୁ ନିର୍ଯାତନା ଦେଉଥିଲେ। କିନ୍ତୁ କାହାକୁ ବି ମନର କଥା କହି ହୁଏନି। କାହିଁକି ନା ବୁଝିବା ଲୋକଟା ବି ଏହି ଗ୍ରୁପର ମେମ୍ବର ଥିଲେ।


Finally a site that understands what players actually want. The registration process was quick and the bonuses are generous. Cheers to idliga2000 for the great service.