ପ୍ରଥମ ବଲ ରେ ଛକ୍କା ମାରିଲେ ପ୍ରଭାସ, ସମିତି ର ସଭାପତି ହେଲେ ମାନସ !

ପ୍ରଥମ ବଲ ରେ ଛକ୍କା ମାରିଲେ ପ୍ରଭାସ, ସମିତି ର ସଭାପତି ହେଲେ ମାନସ !

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଭାଟପଡ଼ା ପଞ୍ଚାୟତରେ ଯୁବନେତା ପ୍ରଭାସ ନାୟକଙ୍କର ଜଲୱା ରହିଥିବା ପୁଣିଥରେ ପ୍ରମାଣିତ ହୋଇଛି l ଲଗାତାର ଦୁଇ ଦୁଇ ଥର ବିଜୁ ଜନତା ଦଳରୁ ପ୍ରଭାସ ନାୟକ ସରପଞ୍ଚ ଗାଦି ଅକ୍ତିଆର କରିଥିବା ବେଳେ ପ୍ରଥମଥର ପାଇଁ ଚଳିତ ସମବାୟ ନିର୍ବାଚନରେ ଭାଟପଡ଼ା ରେ ପ୍ରଭାସଙ୍କ ନେତୃତ୍ୱ ରେ ବିଜେଡ଼ି ପ୍ରାର୍ଥୀ ଦେଇଥିଲା l ପ୍ରଥମ ବଲ ରେ ହିଁ ପ୍ରଭାସ ଛକ୍କା ମାରିଛନ୍ତି l ମୋଟ ୧୫ ଟି ଆସନରୁ ବିଜେଡ଼ି ୧୨ଟି ଆସନରେ ବିଜୟ ହାସଲ କରିଥିଲା l ଆଜି ବିଜେଡ଼ି ପକ୍ଷରୁ ମାନସ ରଞ୍ଜନ ବେହେରା ନିର୍ଦୋନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି l ବିଜେଡ଼ି ର ଏହି ବିଜୟରେ ତଥା ମାନସ ବେହେରା ସଭାପତି ହେବା ପରେ ଅଞ୍ଚଳ ର ଚାଷୀମାନେ ଖୁସିଜାହିର କରିଛନ୍ତି l ବିଭିନ୍ନ ମହଲରୁ ମାନସ ବେହେରାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି ଏବଂ ଆଗାମୀ ଦିନରେ ଚାଷୀଭାଇଙ୍କ ଦୁଃଖ ଦୂର ହେବ ବୋଲି ସାଧରଣରେ ବେଶ୍ ଚର୍ଚ୍ଚାର ବିଷୟ ରହିଛି ।

ims news

Leave a Reply

Your email address will not be published. Required fields are marked *