ରାହୁଲ ଗାନ୍ଧୀଙ୍କ ସଂପର୍କରେ ବିଭ୍ରାନ୍ତିକର ଭିଡିଓ ପ୍ରସାରଣ କରି ଗିରଫ ହେଲେ ଜି ନ୍ୟୁଜ୍‌ ଆଙ୍କର୍‌ ରୋହିତ ରଂଜନ

ରାହୁଲ ଗାନ୍ଧୀଙ୍କ ସଂପର୍କରେ ବିଭ୍ରାନ୍ତିକର ଭିଡିଓ ପ୍ରସାରଣ କରି ଗିରଫ ହେଲେ ଜି ନ୍ୟୁଜ୍‌ ଆଙ୍କର୍‌ ରୋହିତ ରଂଜନ

ଭୁବନେଶ୍ୱର : କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ସଂପର୍କରେ ଏକ ବିଭ୍ରାନ୍ତିକର ଭିଡିଓ କ୍ଲିପ୍‌ ପ୍ରସାରିତ ହେବା ପରେ ଜି ନ୍ୟୁଜ୍‌ ଡିଏନ୍‌ଏର ଆଙ୍କର୍‌ ରୋହିତ ରଂଜନଙ୍କୁ ମଙ୍ଗଳବାର (୫ ଜୁଲାଇରେ) ଗାଜିଆବାଦରେ ନୋଏଡା ପୁଲିସ ଗିରଫ କରିଛି। ନୋଏଡା ସେକ୍ଟର-୨୦ ପୁଲିସ ଷ୍ଟେସନରେ ରଂଜନଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା।
ଏହା ପୂର୍ବରୁ ଛତିଶଗଡ଼ ପୁଲିସର ଏକ ଟିମ୍‌ ଗାଜିଆବାଦର ଇନ୍ଦିରାପୁରମ ଅଞ୍ଚଳରେ ରୋହିତ ରଂଜନଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଥିଲେ। ଗିରଫ ହେବା ପୂର୍ବରୁ ସାମ୍ବାଦିକ ରୋହିତ ରଂଜନ ଟ୍ଵିିଟ୍‌ କରି କହିଥିଲେ, ‘ସ୍ଥାନୀୟ ପୁଲିସକୁ ନ ଜଣାଇ ମୋତେ ଗିରଫ କରିବା ପାଇଁ ଛତିଶଗଡ଼ ପୁଲିସ ମୋ ଘର ବାହାରେ ଛିଡା ହୋଇଛି। ଏହା ଆଇନ ସମତ୍ତ କି’? ସେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏସଏସପି ଗାଜିଆବାଦ ଏବଂ ଏଡିଜି ଜୋନ ଲକ୍ଷ୍ନୌଙ୍କୁ ମଧ୍ୟ ତାଙ୍କର ଟ୍ଵିଟ୍‌କୁ ଟ୍ୟାଗ୍‌ କରିଥିଲେ।

ତେବେ, ଏହି ଟ୍ଵିଟର ଉତ୍ତର ଦେଇ ରାୟପୁର ପୁଲିସ ଟ୍ଵିଟ୍‌ କରଥିଲା, ‘ସୂଚନା ଦେବା ପାଇଁ ସେପରି କୌଣସି ନିୟମ ନାହିଁ। ତଥାପି, ବର୍ତ୍ତମାନ ସେମାନଙ୍କୁ ସୂଚନା ଦିଆଯାଇଛି। ପୁଲିସ ଟିମ୍‌ ଆପଣଙ୍କୁ କୋର୍ଟଙ୍କ ଗିରଫଦାରୀ ୱାରେଣ୍ଟ ଦେଖାଇଛି। ଆପଣ ବାସ୍ତବରେ ସହଯୋଗ କରିବା ଉଚିତ। ଅନୁସନ୍ଧାନରେ ଯୋଗ ଦେବା ଉଚିତ୍‌ ଏବଂ ଆପଣଙ୍କର ପକ୍ଷକୁ କୋର୍ଟରେ ରଖିବା ଉଚିତ୍‌’।

କଂଗ୍ରେସ ଦଳ ଅଭିଯୋଗ କରିଛି ଯେ ରଂଜନ ତାଙ୍କ ସ୍ୱତନ୍ତ୍ର ଟିଭି ସୋ’ରେ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ବିକୃତ କରିଛନ୍ତି ଯାହା ତାଙ୍କ ଭାବମୂର୍ତ୍ତିକୁ କଳଙ୍କିତ କରିଛି।

ରବିବାର, ୩ ଜୁଲାଇରେ ଟିଭି ଚ୍ୟାନେଲ ବାହାରେ ବିରୋଧ କରିବା ଏବଂ କୁଶପୁତ୍ତଳିକା ଦାହ କରିବା ଅଭିଯୋଗରେ ନୋଏଡାରେ ପ୍ରାୟ ୧୯ ଜଣ କଂଗ୍ରେସ କର୍ମୀଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଶ୍ରୀ ଗାନ୍ଧୀଙ୍କ ବିରୋଧରେ ତାଙ୍କ ବିବୃତ୍ତି ପାଇଁ ଅନେକ ରାଜ୍ୟରେ ରଂଜନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଭିଡିଓରେ ଶ୍ରୀ ଗାନ୍ଧୀ ଜୁନ୍‌ ୨୪ ରେ ତାଙ୍କ ୱାୟନାଡ୍‌ କାର୍ଯ୍ୟାଳୟକୁ ଭଙ୍ଗାରୁଜା କରିଥିବାରୁ ଭାରତୀୟ ଛାତ୍ର ମହାସଂଘ ବିଷୟରେ ଏକ ମନ୍ତବ୍ୟ ଦେଇଥିଲେ। ରାହୁଲ ଗାନ୍ଧୀ ଆକ୍ରମଣକାରୀଙ୍କୁ ପିଲା ବୋଲି ବର୍ଣ୍ଣନା କରି କହଥିଲେ ଯେ ସେମାନଙ୍କ ବିରୋଧରେ ତାଙ୍କ ମନରେ କୌଣସି ଖରାପ ଭାବନା ନାହିଁ ବୋଲି କଂଗ୍ରେସ କହିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ନିଲମ୍ବିତ ବିଜେପି ମୁଖପାତ୍ର ନୁପୁର ଶର୍ମାଙ୍କୁ ସମର୍ଥନ ଜଣାଇବା ପାଇଁ ଉଦୟପୁରର ଜଣେ ଦର୍ଜୀ (ଟେଲର)ଙ୍କ ହତ୍ୟାକାରୀଙ୍କ ବିଷୟରେ ଏହା ଏକ ମନ୍ତବ୍ୟ ପରି ଦେଖାଯିବା ପାଇଁ ଏହି କ୍ଲିପ୍‌କୁ ବିକୃତ କରାଯାଇଛି।

ଜି ହିନ୍ଦୁସ୍ତାନ ଶେଷରେ ପ୍ରସାରିତ ବିଷୟବସ୍ତୁକୁ ପ୍ରତ୍ୟାହାର କରି ବିକୃତ ଭିଡିଓ ପାଇଁ କ୍ଷମା ପ୍ରାର୍ଥନା କରିଥିଲା। ଉଲ୍ଲେଖଯୋଗ୍ୟ, ରୋହିତ ରଂଜନ ନିକଟରେ ପ୍ରାଇମ୍‌ ନ୍ୟୁଜ୍‌ ଟାଇମ୍‌ରେ ବରିଷ୍ଠ ଆଙ୍କର୍‌ ସୁଧୀର ଚୌଧୁରୀଙ୍କ ସ୍ଥାନ ନେଇଥିଲେ।

ims news

2 thoughts on “ରାହୁଲ ଗାନ୍ଧୀଙ୍କ ସଂପର୍କରେ ବିଭ୍ରାନ୍ତିକର ଭିଡିଓ ପ୍ରସାରଣ କରି ଗିରଫ ହେଲେ ଜି ନ୍ୟୁଜ୍‌ ଆଙ୍କର୍‌ ରୋହିତ ରଂଜନ

  1. I have been searching for a reliable slot platform and finally found my go to spot. The interface is super smooth and the payouts are always on time. Highly recommended for anyone looking for a trustworthy gaming experience. 678slotapp

Leave a Reply

Your email address will not be published. Required fields are marked *