ଆଇ. ଏମ. ଏସ୍. ଜାତୀୟ ସେବା ଯୋଜନା ପକ୍ଷରୁ ବନ ମହୋତ୍ସବ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଆଇ. ଏମ. ଏସ୍. ଜାତୀୟ ସେବା ଯୋଜନା ପକ୍ଷରୁ ବନ ମହୋତ୍ସବ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଭୁବନେଶ୍ୱର (୬/୭): ଇନଷ୍ଟିଚ୍ୟୁଟ୍ ଅଫ୍ ମିଡ଼ିଆ ଷ୍ଟଡିଜ୍ ଓ ଜାତୀୟ ସେବା ଯୋଜନା ବିଭାଗର ମିଳିତ ଆନୁକୂଲ୍ୟରେ ସି. ଆର.ପି, ବରମୁଣ୍ଡା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ନୟାପଲ୍ଲୀ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଆଇ. ଆର.ସି ଭିଲେଜ ଠାରେ ବନମହୋତ୍ସବ ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l

ଏଥିରେ ଉଚ୍ଚଶିକ୍ଷା ବିଭାଗର ଜାତୀୟ ସେବା ଯୋଜନା ଅଧିକାରୀ ଉପଶାସନ ସଚିବ ଡଃ. ରମେଶ ବେହେରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ “ ଗଛ କୁ ନିଜ ଛୁଆ ଭାବି ତାର ଯତ୍ନ ନେବାକୁ ” ଉଦବୋଧନ ଦେବା ସହ ବୃକ୍ଷ ଆମକୁ ଖାଦ୍ୟ, ଜଳ, ଅମ୍ଳଜାନ ପ୍ରଦାନ କରେ ଏବଂ ଗଛ ବଞ୍ଚିଲେ,ଆମେ ବଂଚିବା ବୋଲି ସେଠାରେ ଉପସ୍ଥିତ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିମାନେ ତଥା ରାଜ୍ୟ ଜାତୀୟ ସେବା ଯୋଜନା ପ୍ରଶିକ୍ଷକ ଶ୍ରୀଯୁକ୍ତ ନିରଦ ବରଣ ଖୁଣ୍ଟିଆ, ଜାତୀୟ ସେଵା ଯୋଜନାର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଡଃ. ଜୟଶ୍ରୀ ବାଳା ମଲ୍ଲିକ,ଟିକିନିକି ଖବରର ସମ୍ପାଦକ ଶ୍ରୀଯୁକ୍ତ ତୀର୍ଥରୂପକ ଦାସ, ସି. ଆର. ପି. ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କଳ୍ପନା ସୁବୁଦ୍ଧି, ସରକାରୀ ଉଚ୍ଚ ବିଦ୍ୟାଳୟ ଆଇ. ଆର. ସି ଭିଲେଜର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଗଛର ସୁରକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ l

ସଭା ସମାପ୍ତ ପରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ କର୍ମଚାରୀ ଏବଂ ଜାତୀୟ ସେବା ଯୋଜନାର ବିଭିନ୍ନ ବିଭାଗର ସ୍ବେଛାସେବୀ ଓ ଅତିଥି ମାନଙ୍କ ଦ୍ୱାରା ୫୦ଟି ବୃକ୍ଷ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା l

ସମାଜ ସେବା ବିଭାଗ ର ମୁଖ୍ୟ ତଥା ଜାତୀୟ ସେବା ଯୋଜନାର ସହ ସଂଯୋଜକ ଶ୍ରୀଯୁକ୍ତ ରଘୁନାଥ ମଣ୍ଡଳ ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଏବଂ ଜାତୀୟ ସେବା ଯୋଜନା ର କାର୍ଯ୍ୟକ୍ରମ ଅଧିକାରୀ ଡଃ. ଗାୟତ୍ରୀ ପଟ୍ଟନାୟକ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଜାତୀୟ ସେବା ଯୋଜନା ର ସ୍ବେଛାସେବୀ, କର୍ମକର୍ତା, ସହକର୍ମୀ ଏବଂ ବିଦ୍ୟାଳୟ କର୍ମୀ, ଓ ପିଲାମାନେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଏହାକୁ ସଫଳ ରୂପେ ରୂପାୟନ କରିଥିଲେ l

ims news

4 thoughts on “ଆଇ. ଏମ. ଏସ୍. ଜାତୀୟ ସେବା ଯୋଜନା ପକ୍ଷରୁ ବନ ମହୋତ୍ସବ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

  1. [780]ph666 Official Login | Online Slots Philippines via GCash,ph666 offers a seamless gaming experience. Download the app for easy access, use GCash for fast deposits, and discover expert baccarat tips. Join and play now! visit: ph666

Leave a Reply

Your email address will not be published. Required fields are marked *