ନର୍ମଦା ନଦୀରେ ଖସିଲା ବସ, ୧୩ ମୃତ, ୧୫ ଗୁରୁତର | ଏପର୍ଯ୍ୟନ୍ତ ଜାରି ରହିଛି ଉଦ୍ଧାରକାର୍ଯ୍ୟ |

ନର୍ମଦା ନଦୀରେ ଖସିଲା ବସ, ୧୩ ମୃତ, ୧୫ ଗୁରୁତର | ଏପର୍ଯ୍ୟନ୍ତ ଜାରି ରହିଛି ଉଦ୍ଧାରକାର୍ଯ୍ୟ |

ଭୁବନେଶ୍ୱର : ଆଜି ସକାଳେ ମଧ୍ୟପ୍ରଦେଶ ଧାର ଜିଲ୍ଲା ଖଲଘାଟରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପୋଲର ରେଲିଂ ଭାଙ୍ଗି ନର୍ମଦା ନଦୀକୁ ଖସିବା ଫଳରେ ବସରେ ଥିବା ୧୩ରୁ ଅଧିକ ଯାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ବସଟିରେ ପ୍ରାୟ ୫0 ରୁ ଉର୍ଦ୍ଧ ଯାତ୍ରୀ ରହିଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ୍ୟ ନଦୀରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ବସଟି ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ରହିଛି |

ଘଟଣା ସ୍ଥଳରେ ଉପସ୍ଥିତ ଲୋକଙ୍କ କହିବା ଅନୁସାରେ ଉକ୍ତ ବସଟି ପୋଲ ଅତିକ୍ରମ କରୁଥିବା ସମୟରେ ତା ଆଗରେ ଆଉ ଏକ ବସ ଯାଉଥିଲା | ପ୍ରଥମେ ଦୁର୍ଘଟଣାଗ୍ରସ୍ତ ବସଟି ଆଗରେ ଯାଉଥିବା ବସ କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା | ଫଳରେ ଭାରସାମ୍ୟ ହରାଇ ପୋଲରୁ ଖସି ତଳେ ପଡ଼ି ଛିଟକି ଯାଇ ପାଣିରେ ପଡ଼ିଥିଲା । ଖବର ପାଇ ପୋଲିସ ପ୍ରଶାସନ ଏବଂ ରେସକ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବସରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି । ବସରେ ଥିବା ଆଉ କିଛି ଯାତ୍ରୀ ନଦୀର ପ୍ରଖର ସ୍ରୋତରେ ବହି ଯାଇଥିବା ଆଶଙ୍କା କରାଯାଉଛି । ତେଣୁ ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି |

ଦୁର୍ଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଘଟଣା ସଂପର୍କରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଆଲୋଚନା କରିଛନ୍ତି । ମଧ୍ୟପ୍ରଦେଶ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଦେବାକୁ ଘୋଷଣା କରିଛନ୍ତି । ସେହିଭଳି ମହାରାଷ୍ଟ୍ର ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଦେବେ ।

ims news

Leave a Reply

Your email address will not be published. Required fields are marked *