ପୁଅ ଗିରଫ ହେବା ପରେ ଦଳରୁ ବହିଷ୍କୃତ ହେଲେ ‘ବିଜେପି’ ନେତା
ଭୁବନେଶ୍ୱର : ୧୯ ବର୍ଷୀୟ ରିସର୍ଟ ରିସେପ୍ସନିଷ୍ଟ୍ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଗିରଫ ହେବା ପରେ ଆଜି ‘ବିଜେପି’ ତାଙ୍କ ବାପା ବିନୋଦ ଆର୍ଯ୍ୟ ଏବଂ ଭାଇ ଅଙ୍କିତଙ୍କୁ ଦଳରୁ ବହିଷ୍କାର କରିଛି।
ପୁଲକିତଙ୍କ ଭାଇ ଉତ୍ତରାଖଣ୍ଡ ସରକାରଙ୍କ ‘ଉତ୍ତରାଖଣ୍ଡ ଅନ୍ୟାନ୍ୟ ପଛୁଆ ବର୍ଗ କମିସନ୍’ର ଉପାଧ୍ୟକ୍ଷ ଥିଲେ। ତୁରନ୍ତ ତାଙ୍କୁ ସେ ପଦବୀରୁ ବିଦା କରି ଦିଆଯାଇଛି।
ଆଜି ପୂର୍ବାହ୍ନରେ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଥିବା ‘ବନତାରା ରିସର୍ଟ’କୁ ସ୍ଥାନୀୟ ଲୋକେ ପୋଡ଼ି ପକାଇଛନ୍ତି। ନିରାପତ୍ତା କର୍ମଚାରୀମାନଙ୍କ ସୁରକ୍ଷା ବଳୟରେ ଯାଉଥିବା ବେଳେ ସେମାନେ ‘ବିଜେପି’ ବିଧାୟିକା ରେଣୁ ବିସ୍ତ୍ଙ୍କ ବିରୋଧରେ ସ୍ଲୋଗାନ୍ ଦେବା ସହିତ ତାଙ୍କ କାର୍ ଭଙ୍ଗାରୁଜା କରିଛନ୍ତି।
ଗତକାଲି ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ ରିସର୍ଟ ଉପରକୁ ଟେକାପଥର ଫିଙ୍ଗିଥିଲେ। ପୁଲିସ ହାଜତକୁ ନିଆଯାଉଥିବା ପୁଲକିତ ଓ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ମାରଧର କରିବାକୁ ଉଦ୍ୟମ କରିଥିଲେ।


The interface is super clean and easy to navigate even on my phone. Really loving the variety of games available on kr32red.
Great experience so far. The game variety is impressive and I had a lucky streak yesterday. Highly recommend idgbo303 to anyone looking for some action.
Solid platform with a very intuitive design. It doesn’t feel cluttered and I can find my favorite games in seconds. br11ccbet