ମୁଖ୍ୟମନ୍ତ୍ରୀ ପଦର ମୋହ ପଡିଲା ମହଙ୍ଗା

ମୁଖ୍ୟମନ୍ତ୍ରୀ ପଦର ମୋହ ପଡିଲା ମହଙ୍ଗା

ଭୁବନେଶ୍ୱର : ରାଜସ୍ଥାନ ସଙ୍କଟ କାରଣରୁ କଂଗ୍ରେସର ଅଧ୍ୟକ୍ଷ ପଦ ଦୌଡ ଏବେ ଆହୁରି ରୋଚକ ହୋଇ ଯାଇଛି। ମୁଖ୍ୟମନ୍ତ୍ରୀ ପଦର ମୋହ ଏବେ ଅଶୋକ ଗେହଲଟଙ୍କୁ ମହଙ୍ଗା ପଡିଥିବା ଦେଖିବାକୁ ମିଳିଛି। କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରୁ ତାଙ୍କୁ ବାହାର କରାଯାଇଛି। ହାଇକମାଣ୍ଡଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଅଶୋକ ଗେହଲଟଙ୍କ ୮୨ ବିଧାୟକଙ୍କ ଇସ୍ତଫା ଗାନ୍ଧୀ ପରିବାରକୁ ବହୁତ ନିରାଶ କରିଛି। ଫଳରେ ଗେହଲଟକୁ ନେଇ ଗାନ୍ଧୀ ପରିବାର କୌଣସି ରିସ୍କ ଉଠାଇବାକୁ ଚାହୁଁ ନାହାନ୍ତି। ତେଣୁ ବର୍ତ୍ତମାନ ତାଙ୍କୁ ଅଧ୍ୟକ୍ଷ ପଦ ଦୌଡରୁ ବାଦ୍ ଦିଆଯାଇଛି। କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ପଦରେ ଅନ୍ୟ କୌଣସି ନେତାଙ୍କୁ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ବର୍ତ୍ତମାନ ମଲ୍ଲିକାର୍ଜୁନ ଖଡଗେ, ମୁକୁଲ ଓ୍ବାସନିକ, କମଲନାଥଙ୍କ ପରି ନେତା ଅଧ୍ୟକ୍ଷ ପଦ ଦୌଡରେ ଏଣ୍ଟ୍ରି ମାରିଛନ୍ତି। ଏପରିକି ରାହୁଲଙ୍କ ଘନିଷ୍ଠ ତଥା କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ ଏବଂ ଦିଗବିଜୟ ସିଂହ ମଧ୍ୟ ମଇଦାନକୁ ଓହ୍ଲାଇ ପାରନ୍ତି। ଏବେ ସୋନିଆ ଏବଂ ରାହୁଲ ଏହା ଉପରେ ବିଚାର ବିମର୍ଶ ଚଳାଇଛନ୍ତି ଯେ, କାହାକୁ ଅଧ୍ୟକ୍ଷ ପଦରେ ସମର୍ଥନ କରାଯିବ। ପ୍ରଥମେ ଅଶୋକ ଗେହଲଟ୍ଙ୍କୁ ନେଇ ଗାନ୍ଧୀ ପରିବାର ମନସ୍ଥ କରି ସାରିଥିଲା। ହେଲେ ତାଙ୍କର କାମ ପାର୍ଟି ହାଇକମାଣ୍ଡଙ୍କୁ ଆଘାତ ଦେଇଛି।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସୋମବାର ନାମାଙ୍କନ ଆରମ୍ଭ ହେବାର ଥିଲା। ମାତ୍ର ଏ ପର୍ଯ୍ୟନ୍ତ କେହି ପ୍ରାର୍ଥୀ ପତ୍ର ଦାଖଲ କରି ନାହାନ୍ତି। ରାଜସ୍ଥାନରେ ରାଜନୈତିକ ସଙ୍କଟ ଅଧ୍ୟକ୍ଷ ପଦ ନିର୍ବାଚନକୁ ଦୋଛକିରେ ପକାଇ ଦେଇଛି। କାରଣ ଗେହଲଟଙ୍କ ଗୋଷ୍ଠୀ ସ୍ପଷ୍ଟ କରିଛନ୍ତି ଯେ, ୨୦୨୦ରେ ବିଦ୍ରୋହ କରିଥିବା ବିଧାୟକଙ୍କୁ ଛାଡି ଅନ୍ୟ କାହାକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଉ। ଗେହଲଟ୍‌ଙ୍କ ଏମିତି ଆଭିମୁଖ୍ୟକୁ ନେଇ କ୍ଷୁବ୍ଧ ଦଳର ହାଇକମାଣ୍ଡ। ଏପରିକି କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ମଧ୍ୟ ଗେହଲଟ୍‌ଙ୍କ ପ୍ରତି ଖପ୍ପା।

ims news

2 thoughts on “ମୁଖ୍ୟମନ୍ତ୍ରୀ ପଦର ମୋହ ପଡିଲା ମହଙ୍ଗା

  1. This is the right blog for anyone who wants to find out about this topic. You realize so much its almost hard to argue with you (not that I actually would want…HaHa). You definitely put a new spin on a topic thats been written about for years. Great stuff, just great!

Leave a Reply

Your email address will not be published. Required fields are marked *