ପାର୍ବଣ ସମୟରେ ଲୁଟେରାଙ୍କ ଉତ୍ପାତ

ପାର୍ବଣ ସମୟରେ ଲୁଟେରାଙ୍କ ଉତ୍ପାତ

ଭୁବନେଶ୍ୱର : ପାର୍ବଣ ଅବସରରେ ରାଜଧାନୀରେ ଲୁଟେରାମାନେ ବହୁମାତ୍ରାରେ ସକ୍ରିୟ ହୋଇପଡିଛନ୍ତି। ଗତ କିଛି ଦିନ ହେଲା ସହର ଓ ଉପକଣ୍ଠରେ ଚୋରି, ଛିନତାଇ ବଢ଼ିବାରେ ଲାଗିଛି । ଗତକାଲି ଇନ୍ଫୋସିଟି ଥାନା ଅଞ୍ଚଳରେ ଲୁଟେରାମାନଙ୍କ ଉତ୍ପାତକୁ ନେଇ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଇଛି । ଏକ ଘରୋଇ ହସ୍ପିଟାଲରେ କାମ କରୁଥିବା ଜଣେ ନର୍ସଙ୍କ ହାତରୁ ମୋବାଇଲ ଛଡାଇବାକୁ ଯାଇ ଲୁଟେରାମାନେ ତାଙ୍କ ମୁହଁକୁ ମୁଥ ମାରିବା ସହିତ ଛୁଟି ଟାଣି ରାସ୍ତାରେ ଘୋଷାଡ଼ି ପକାଇଛନ୍ତି । ଏହା ପରେ ତାଙ୍କ ମୋବାଇଲ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି ।
ଏନେଇ ଲୁଟର ଶିକାର ହୋଇଥିବା ନର୍ସ ଯୁବତୀ ଲକ୍ଷ୍ମୀପ୍ରିୟା ସାହୁ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଗତକାଲି ସନ୍ଧ୍ୟାରେ ସେ ମାର୍କେଟିଂ ସାରି ଷ୍ଟାର ସିଟିସ୍ଥିତ ହଷ୍ଟେଲକୁ ଫେରୁଥିବା ବେଳେ ଲୁଟେରାଦ୍ୱୟ ତାଙ୍କୁ ଏମିତି ଆକ୍ରମଣ କରି ଲୁଟିଥିଲେ ।

ସେହିଭଳି ଆଜି ପୁରୁଣା ଭୁବନେଶ୍ୱରସ୍ଥିତ ପୋଷ୍ଟ ଅଫିସ ନିକଟରେ ଟ୍ୟୁସନ ଶିକ୍ଷୟତ୍ରୀ ଅଲିଶା କୁମାରୀ ଲୁଟର ଶିକାର ହୋଇଛନ୍ତି । ତାଙ୍କ ଅଭିଯୋଗ ମୁତାବକ ଆଜି ୫ଟା ବେଳେ ସେ ଗୋସାଗରେଶ୍ୱର ଛକରୁ ବ୍ୟାଙ୍କ କଲୋନୀ ଯାଉଥିବା ବେଳେ ଏକ ଆପଚୀ ବାଇକରେ ୨ଜଣ ଲୁଟେରା ତାଙ୍କୁ ଅଟକାଇଥିଲେ । ଠିକଣା ପଚାରିବା ବାହାନାରେ ତାଙ୍କ ପାଖରୁ ମୋବାଇଲ ଝାମ୍ପି ନେଇଥିଲେ । ଅଭିଯୋଗ ପରେ ଲିଙ୍ଗରାଜ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ims news

Leave a Reply

Your email address will not be published. Required fields are marked *