ଓଡ଼ିଶାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ
ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟ ଜେପି ନଡ୍ଡା ଭୁବନେଶ୍ୱରରେ ପହଞ୍ଚିଛନ୍ତି | ପାରମ୍ପରିକ ଗୀତ ଓ ନାଚର ତାଳେ ତାଳେ ତାଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେପିର ଅନ୍ୟ ନେତା ଓ ନେତ୍ରୀମାନେ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ | ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ନଡ୍ଡାଙ୍କୁ ବର୍ତ୍ତମାନ ବାଇକ ଶୋଭାଯାତ୍ରାରେ ବିଜେପି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନିଆଯାଉଥିବାବେଳେ ବହୁ ସଂଖ୍ୟାରେ କର୍ମୀ ଏଥିରେ ସାମିଲ ହୋଇଛନ୍ତି | ସୂଚନା ଅନୁସାରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଯେପରି ଓଡ଼ିଶା ଦଖଲ କରିବ ସେନେଇ ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ନଡ୍ଡା ଦଳର ବରିଷ୍ଠ ନେତା, ପଦାଧିକାରୀଙ୍କ ସହ ଆଲୋଚନା କରିବେ ଏବଂ ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।
ଆଜି ଜନତା ମଇଦାନରେ ଆୟୋଜନ ହେବାକୁ ଥିବା ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ପ୍ରାୟ ୨୫ହଜାର ବୁଥ୍ ସ୍ତରୀୟ ପ୍ରତିନିଧିଙ୍କୁ ନଡ୍ଡା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିବାବେଳେ ସମାବେଶ ପରେ ଦଳୀୟ କାର୍ଯ୍ୟାଳୟରେ ଓଡ଼ିଶାର ସମସ୍ତ ସାଂସଦ, ବିଧାୟକ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳର ରଣନୀତି ବିଷୟରେ ଆଲୋଚନା କରିବେ। ରାତି ୮ଟାରେ ପୁରୀ ଅଭିମୁଖେ ଯିବେ। ପୁରୀରେ ଅଠରନଳା ଠାରେ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ରାତିରେ ପୁରୀରେ ରହିବେ। ସକାଳୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ଦିବଙ୍ଗତ ବିଧାୟକ ବିଷ୍ଣୁଚରଣ ସେଠୀଙ୍କୁ ସମବେଦନା ଜଣାଇବା ପାଇଁ ହେଲିକପ୍ଟର ଯୋଗେ ଧାମନଗର ଅଭିମୁଖେ ଯିବେ। ଧାମନଗରରୁ ଫେରି ଅଡସପୁରସ୍ଥିତ ଏସ୍ଭିନିରତାର୍ରେ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏଠାରୁ ଫେରି ଜନତା ମଇଦାନରେ ଆୟୋଜିତ ସଂଯୁକ୍ତ ମୋର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବେ। କେଉଁ ମୋର୍ଚ୍ଚାର କ’ଣ ଦାୟିତ୍ବ ରହିବ ସେନେଇ ୭ଟି ମୋର୍ଚ୍ଚାର ପଦାଧିକାରୀଙ୍କୁ ନଡ୍ଡା ଗୁରୁମନ୍ତ୍ର ଦେବେ ବୋଲି ଜଣାପଡ଼ିଛି।


Heard some whispers about betgenzone. New platform maybe? Is it any good? What kind of games or features do they offer? Thinking about signing up. Check out betgenzone for yourself!
I’m still learning from you, but I’m trying to achieve my goals. I definitely liked reading everything that is posted on your website.Keep the tips coming. I liked it!