କଟକକୁ ଆସିଛି ୨କୋଟିର ଔଷଧ

କଟକକୁ ଆସିଛି ୨କୋଟିର ଔଷଧ

ଭୁବନେଶ୍ୱର : କଟକକୁ ନକଲି ଔଷଧ କାରବାର ପଛରେ ଭୂତ କମ୍ପାନି । କର୍ଣ୍ଣାଟକ ବେଙ୍ଗାଲୁରୁର ଶିବାଜୀନଗରରେ ଥିବା ଶ୍ରୀ ବାଲାଜୀ ଏଜେନ୍ସିରୁ କଟକକୁ ନକଲି ଔଷଧ ଚାଲାଣ ପଛରେ ଏହି ଭୂତ କମ୍ପାନି ସାମ୍‌ନାକୁ ଆସିଛି। ଶିବାଜୀ ନଗରରେ ଏଭଳି ନାଁରେ କୌଣସି ଔଷଧ ଯୋଗାଣକାରୀ ସଂସ୍ଥା ନଥିବା ସେଠାକାର ଡ୍ରଗ୍ସ କଣ୍ଟ୍ରୋଲର୍ ସ୍ପଷ୍ଟ କରିଛନ୍ତି। ପୁଲିସ କିମ୍ବା ଡ୍ରଗ୍ସ ହାତରେ ଧରାନପଡ଼ିବା ପାଇଁ ଏଭଳି ଭୂତ ସଂସ୍ଥା ନାଁରେ ବିଲ୍ ପ୍ରସ୍ତୁତ କରି କଟକକୁ ଔଷଧ ପଠାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ପୁରୀଘାଟ ପୁଲିସ ଦ୍ବାରା ଗିରଫ ହୋଇଥିବା ବିହାର ଗୟା ଜିଲ୍ଲା ରାମପୁର ଅଞ୍ଚଳରେ ଆଲୋକ କୁମାର ମିଶ୍ର ଓ ହରିଶ କୁମାର ରାମପୁରରେ ଥିବା ବାଲାଜୀ ଡ୍ରଗ୍ ଓ ବାଲାଜୀ ଡ୍ରଗ୍ ପଏଣ୍ଟରୁ ଦୁଇ କୋଟି ଟଙ୍କାର ଔଷଧ କଟକ ପଠାଇଥିଲେ। ଶିବାଜୀନଗର ଶ୍ରୀ ବାଲାଜୀ ଏଜେନ୍ସି ନାଁରେ ଜାଲି ବିଲ୍ ପ୍ରସ୍ତୁତ କରି କଟକକୁ ଔଷଧ ପଠାଉଥିଲେ। ପୁଲିସ ବିହାର ଓ କର୍ଣ୍ଣାଟକର କମ୍ପାନି ନାଁରେ ପୃଥକ ବିଲ୍ ଜବତ ହୋଇଛି। ଏହି ବିଲକୁ ପୁଲିସ ଅନୁଧ୍ୟାନ କରୁଛି । କଟକର ଭି.ଆର୍ ଡ୍ରଗ୍ ଏଜେନ୍ସିର ରାହୁଲ କ୍ୟାଲ୍ ଓ ପୂଜା ଏଣ୍ଟରପ୍ରାଇଜେସ୍‌ର ସଞ୍ଜୟ ଜଲାନ୍‌ ବିହାରରୁ ଆଲୋକ ଓ ହରିଶଙ୍କ ନିକଟରୁ ଦୁଇ କୋଟିରୁ ଅଧିକ ଟଙ୍କାର ଉଚ୍ଚରକ୍ତଚାପ ଟେଲ୍‌ମା-୪୦ ଓ ଟେଲ୍‌ମା ଏ.ଏସ୍ କିଣିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏତେ ପରିମାଣର ଔଷଧ ଡ୍ରଗ୍ସ କଣ୍ଟ୍ରୋଲର୍‌ଙ୍କ ପକ୍ଷରୁ ଜବତ ହୋଇପାରି ନାହିଁ।

ଏକାଧିକ ପର୍ଯ୍ୟାୟରେ ପୁଲିସ ଓ ଡ୍ରଗ୍ସ କଣ୍ଟ୍ରୋଲର୍‌ ମୋଟ ୭୩ ଲକ୍ଷ ଟଙ୍କାର ନକଲି ଔଷଧ ଜବତ ହୋଇଥିବା ବେଳେ ୪୦ ଲକ୍ଷ ଟଙ୍କା ଫ୍ରିଜ ହୋଇଛି। ଆହୁରି ଦେଢ଼ କୋଟିରୁ ଅଧିକ ଟଙ୍କାର ଔଷଧ ଏବେ ବି ବଜାରରେ ଥିବା କୁହାଯାଉଛି। ୨୦୨୨ ଜାନୁଆରିରୁ ରାହୁଲ୍‌ ଓ ସଞ୍ଜୟ ଏହି ଔଷଧ ପାଟଣାରୁ ଆମଦାନୀ କରିଆସୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏସବୁ ଔଷଧକୁ ଉଚ୍ଚ ରକ୍ତଚାପ ରୋଗୀ ସେବନ କରିଥିଲେ ପରିସ୍ଥିତି ଭୟଙ୍କର ହେବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ରୋଗୀର ଶରୀର ଉପରେ ନକଲି ଔଷଧର କୁପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପଟେ ବିହାରର ଆଲୋକ ଓ ହରିଶ ଗ୍ଲେନ୍‌ମାର୍କ କମ୍ପାନି ନାଁରେ ଏହି ନକଲି ଔଷଧ ଓଡ଼ିଶାର କଟକ ସମେତ ଉତ୍ତରପ୍ରଦେଶ, କଲିକତାକୁ ଚାଲାଣ କରୁଥିଲେ। ଓଡ଼ିଶାରେ କେବଳ କଟକର ରାହୁଲ ଓ ସଞ୍ଜୟକୁ ଦେଉଥିବା ପୁଲିସକୁ ରିମାଣ୍ଡ ସମୟରେ ସ୍ବୀକାର କରିଛନ୍ତି। କିନ୍ତୁ ପୁଲିସ ଏ ସମ୍ପର୍କରେ ବିହାର ଜିଏସ୍‌ଟି ବିଭାଗକୁ ତଥ୍ୟ ମାଗିଛି। ପାଟ୍‌ନାର ଦୁଇ ଔଷଧ ଯୋଗାଣକାରୀ ସଂସ୍ଥା ପ୍ରକୃତରେ କଟକର ଦୁଇ ସଂସ୍ଥାକୁ ପଠାଉଥିଲେ ନା ଅନ୍ୟ କୌଣସି ସଂସ୍ଥାକୁ ପଠାଉଥିଲେ, ସେ ନେଇ ଅଧିକ ତଦନ୍ତ ହେଉଛି।

ims news

15 thoughts on “କଟକକୁ ଆସିଛି ୨କୋଟିର ଔଷଧ”

  1. As a casual gamer from Latin America I really appreciate how easy it is to navigate through all the different promotions. Every deposit bonus comes with fair wagering requirements and I never feel pressured to spend more than I planned. Solid choice for laid back fun. cirsamexico

Leave a Reply

Your email address will not be published. Required fields are marked *