ପଦଯାତ୍ରା ବୈଠକରେ ପ୍ରତିନିଧିଙ୍କୁ ନବୀନଙ୍କ ମନ୍ତ୍ର
ଭୁବନେଶ୍ବର: ପଦଯାତ୍ରା ପ୍ରସ୍ତୁତି ବୈଠକରେ ନିର୍ବାଚିତ ପ୍ରତିନିଧିଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ। ସେ କହିଛନ୍ତି, ‘ଜନସମ୍ପର୍କ ପଦଯାତ୍ରାରେ ସଫଳ କରିବାକୁ ଆପଣ ଯେଉଁ ଯୋଜନା କରିଛନ୍ତି ତାହାକୁ ସ୍ଵାଗତ କରୁଛି। ବିଜେଡ଼ି ଏକ ଆଞ୍ଚଳିକ ଦଳ। ଏକ ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ସ୍ଵାର୍ଥ ଓ ସ୍ୱାଭିମାନକୁ ସବୁବେଳେ ଗୁରୁତ୍ଵ ଦେଇଛୁ ଓ ଦେଇ ଚାଲିବୁ। ଆମ ଦଳ ସବୁବେଳେ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ରହି ଆସିଛି। ପଞ୍ଚାୟତ ଓ ପୌର ନିର୍ବାଚନ ସରିଗଲା। ନିର୍ବାଚନ ସମୟରେ ରାଜନୀତି ହୁଏ। ନିର୍ବାଚନ କରିବା ପରେ ସମସ୍ତେ ଏକାଠି ହୋଇ ଲୋକଙ୍କ ପାଇଁ କାମ କରିବା ଦରକାର। ବିଜେଡି ପଞ୍ଚାୟତ,ପୌର ଓ ସାଧାରଣ ନିର୍ବାଚନରେ ଏହି ନୀତି ଅପଣେଇଛି। ସେଥିପାଇଁ ଲୋକ ବାରମ୍ବାର ଆଶୀର୍ବାଦ ଦେଇ ଆଶୁଛନ୍ତି। ବିଜେଡି ପାଇଁ ଲୋକଙ୍କ ସେବା ମୁଖ୍ୟ। ରାଜନୀତି ଏକ ମାଧ୍ୟମ ମାତ୍ର। ସମସ୍ତେ ମନେ ରଖିବା ଆବଶ୍ୟକ। ଓଡ଼ିଶାବାସୀଙ୍କ ଆଶୀର୍ବାଦଙ୍କୁ ସାଥିରେ ନେଇ ଦଳ ସବୁ କାମ କରୁଛି। ପଦଯାତ୍ରା ବି ବିପୁଳ ସଫଳତା ହାସଲ କରିବ। ଏଥିପାଇଁ ସମସ୍ତେ ଏକାଠି କାମ କରିବା ଉଚିତ।’
ସେହିପରି ପଦଯାତ୍ରା ପ୍ରସ୍ତୁତି ବୈଠକରେ ବିଜେଡି ମୁଖ୍ୟାଳୟ ସଂପାଦକ ସଞ୍ଜୟ ଦାସବର୍ମା ନିଜର ଉଦବୋଧନ ଦେଇ ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘ ବିଜେଡି ଶାସନକୁ ଆସିବା ବେଳେ ଦୁର୍ନୀତି ଭ୍ରଷ୍ଟାଚାରରେ ବୁଡ଼ିଥିଲା ରାଜ୍ୟ। ଏଥିରୁ ମୁକୁଲେଇ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ବାରମ୍ବାର ଦାବି କରିଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ଗତ ନୀତି ଆୟୋଗ ବୈଠକରେ ସ୍ଵତନ୍ତ୍ର ଫୋକାସ୍ ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଛି। ବାତ୍ୟା ବିରୋଧୀ ଭିତ୍ତିଭୂମି ନେଇ ଦାବି କରିଥିଲେ ନବୀନ। ରେଳବାଇ କ୍ଷେତ୍ରରେ ବି ଓଡ଼ିଶାକୁ ଅବହେଳା କରାଯାଇଛି। ରାଜ୍ୟରୁ ୨୦ ହଜାର କୋଟି ଟଙ୍କା ରାଜସ୍ବ ନେଉଥିଲେ ବି ସେହି ଅନୁସାରେ ପ୍ରାପ୍ୟ ମିଳୁନି। ଏହି ହକ ପାଇଁ ଓଡ଼ିଶା ଲଢେଇ ଜାରି ରଖିଛି। ଆଗକୁ ପଦଯାତ୍ରା ଜରିଆରେ ଏହି ପ୍ରସଙ୍ଗ ଉଠାଇବାକୁ ଆହ୍ବାନ କରୁଛୁ। ଆମେ ଆଶା କରୁଛୁ ଆମର ଏହି ପଦଯାତ୍ରା ସଫଳ ହେବ।’


I grabbed the 100jiliapp on my phone. It’s quick, doesn’t hog my battery, and the games load fast. Perfect for killing time during my commute.