କାଷ୍ଟିଂ କାଉଚ ଅଭିଯୋଗ ରେ ଫସିଲେ ପ୍ରଯୋଜକ ଅକ୍ଷୟ ପରିଜା

କାଷ୍ଟିଂ କାଉଚ ଅଭିଯୋଗ ରେ ଫସିଲେ ପ୍ରଯୋଜକ ଅକ୍ଷୟ ପରିଜା

ଭୁବନେଶ୍ବର: ଓଲିଉଡର ଜଣାଶୁଣା ପ୍ରଯୋଜକ ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ପୀଡ଼ିତାଙ୍କର ଏକ ଭିଡିଓ ଭାଇରାଲ ମଧ୍ୟ ହୋଇଛି । ଅକ୍ଷୟ ପରିଜାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି କହିଛନ୍ତି ଯେ, ସିନେମା ଓ ବ୍ୟବସାୟରେ କାମ କରିବାର ସୁଯୋଗ ଦେବାକୁ କହି ଅକ୍ଷୟ ପରିଜା ତାଙ୍କୁ ଶାରିରୀକ ଶୋଷଣ କରିଛନ୍ତି । ତାଙ୍କ ଅଶ୍ଲୀଳ ଫଟୋ ରଖି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ସେ ଦଳିତ ଜାତିର ଝିଅ। ସେ ନୀଚ ଜାତିର ହୋଇଥିବାରୁ ତାଙ୍କୁ କେଉଁଠି କାମ ମିଳିବ ନାହିଁ ବୋଲି କହୁଥିଲେ । ଏପରିକି ତାଙ୍କର ଅନ୍ୟତ୍ର ବାହାଘର ଠିକ୍ ହୋଇଥିଲେ ବି କାହାକୁ ବାହାହେଲେ ଜୀବନରୁ ମାରି ଦେବି ବୋଲି ଅକ୍ଷୟ ପରିଜା ଧମକ ଦେଇଥିବା ଯୁବତୀ ଅଭିଯୋଗ କରିବା ପରେ ଓଲିଉଡରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଏଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ଓଲିଉଡରେ ପୁଣି ଥରେ କାଷ୍ଟିଂ କାଉଚ କଥା ଚର୍ଚ୍ଚାକୁ ଫେରିଛି । ଅନ୍ୟପକ୍ଷରେ ଯୁବତୀଙ୍କ ନାଁରେ ନୟାପଲ୍ଲୀ ଥାନାରେ ପାଲଟା ଅଭିଯୋଗ କରିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା। ଘରକୁ ଡିନର ପାଇଁ ଆମନ୍ତ୍ରଣ କରି ତାଙ୍କ ସହ ଭିଡିଓ କରିବା ପରେ ବ୍ଲାକମେଲିଂ କରାଯାଉଥିବା ଥାନାରେ ଜଣାଇଛନ୍ତି। ଏଥିପାଇଁ ତାଙ୍କ ଠାରୁ ୫କୋଟି ଟଙ୍କା ଦାବି କରାଯାଉଛି ଏବଂ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାକୁ ଧମକ ଦିଆଯାଉଥିବା ଜଣାଇଛନ୍ତି।

ims news

3 thoughts on “କାଷ୍ଟିଂ କାଉଚ ଅଭିଯୋଗ ରେ ଫସିଲେ ପ୍ରଯୋଜକ ଅକ୍ଷୟ ପରିଜା

  1. Woah! I’m really enjying thee template/theme of thius website.
    It’s simple, yett effective. A loot of tijmes it’s cgallenging tto geet tyat “perfect balance” bedtween usabilitry aand visual appeal.
    I mst say that you’ve donhe a excellkent jobb with this.
    Also, the bblog looads extremelky quuck forr mme oon Chrome.

    Superb Blog! xnxx

Leave a Reply

Your email address will not be published. Required fields are marked *