ମହମ୍ମଦ ସିରାଜ ନେବେ ଜସପ୍ରୀତ ବୁମରାହଙ୍କ ସ୍ଥାନ

ମହମ୍ମଦ ସିରାଜ ନେବେ ଜସପ୍ରୀତ ବୁମରାହଙ୍କ ସ୍ଥାନ

ଭୁବନେଶ୍ୱର : ଅଖିଳ ଭାରତୀୟ ବରିଷ୍ଠ ଚୟନ ସମିତି ମହମ୍ମଦ ସିରାଜଙ୍କୁ ସାଉଥ ଆଫ୍ରିକା ବିପକ୍ଷରେ ବାକି ଥିବା ଟି-୨୦ ସିରିଜ ଲାଗି ଆହତ ଥିବା ଜସପ୍ରୀତ ବୁମରାହଙ୍କ ସ୍ଥାନରେ ଟିମରେ ସାମିଲ କରିଛି । ବୁମରାହଙ୍କ ପିଠୀରେ ଆଘାତ ଲାଗିଛି ଏବଂ ସେ ଏବେ ବିସିସିଆଇର ମେଡ଼ିକାଲ ଟିମ୍‌ର ନଜରରେ ଅଛନ୍ତି । ଭାରତୀୟ କ୍ରିକେଟ ବୋର୍ଡର ଏକ ଅଧିକାରୀ କହିଛନ୍ତି କି ବୁମରାହ ପିଠୀରେ ଆଘାତ କାରଣରୁ ଚିନ୍ତିତ ଅଛନ୍ତି ଏବଂ ତାଙ୍କୁ ମାସକ ଲାଗି ଟିମ୍‌ରେ ବାହାରେ ରହିବାକୁ ପଡ଼ିପାରେ ।

ଆହତ କାରଣରୁ ବୁମରାହ ଟି-୨୦ବିଶ୍ବକପ୍‌ରୁ ବି ବାଦ୍ ପଡ଼ିଛନ୍ତି, ଯାହା ଆସନ୍ତା ମାସ ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଇସିସି ପ୍ରତିଯୋଗିତାର ପୂର୍ବରୁ ଟିମ୍ ଲାଗି ଏକ ବଡ଼ ଝଟକା ଅଟେ ।

ବିସିସିଆଇ ଅଧିକାରୀ ଜଣଙ୍କ ଗୋପନୀୟତା ସର୍ତ୍ତରେ କହିଛନ୍ତି କି , ଏହା ନିଶ୍ଚିତ ଯେ ବୁମରାହ ଟି-୨୦ ବିଶ୍ବକପରେ ଖେଳିପାରିବେ ନାହିଁ । ତାଙ୍କ ପୀଠିରେ ଆଘାତ ଲାଗିଥିବାରୁ ସେ ବହୁତ ଚିନ୍ତିତ ଏବଂ ତାଙ୍କୁ ୬ମାସ ପର୍ଯ୍ୟନ୍ତ ବାହାରେ ରହିବାକୁ ପଡ଼ିପାରେ ।

ims news

Leave a Reply

Your email address will not be published. Required fields are marked *