ଟି-୨୦ ବିଶ୍ୱ କପ ସେମି-ଫାଇନାଲରେ ପହଂଚିବନି ଭାରତ : କପିଳଦେବ

ଟି-୨୦ ବିଶ୍ୱ କପ ସେମି-ଫାଇନାଲରେ ପହଂଚିବନି ଭାରତ : କପିଳଦେବ

ଭୁବନେଶ୍ୱର : ଓ୍ଵାର୍ମ ଅପ୍ ମ୍ୟାଚ୍ ବିଜୟ ସହି ଟି-୨୦ ବିଶ୍ଵ କପ୍‌ରେ ଭାରତ ଭଲ ଆରମ୍ଭ କରିଛି। ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଓ୍ଵାର୍ମ ଅପ୍ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ୍ ହୋଇଛି। ଏଥର ଭାରତୀୟ ଦଳକୁ ବିଶ୍ଵ କପ୍ ଚାମ୍ପିଅନର ପ୍ରବଳ ଦାବିଦାର କୁହାଯାଉଛି। ମାତ୍ର ୧୯୮୩ ବିଶ୍ଵ କପ୍‌ ବିଜେତା ଅଧିନାୟକ କପିଲ୍ ଦେବ ଭାରତୀୟ ଦଳକୁ ନେଇ ଭବିଷ୍ୟତବାଣୀ କହିଛନ୍ତି।

କପିଲ୍ ଦେବ ଭବିଷ୍ୟତବାଣୀ କରି କହିଛନ୍ତି, ଏଥର ଟି-୨୦ ବିଶ୍ଵ କପ୍‌ରେ ଦଳ ସେମି ଫାଇନାଲ୍‌ ଯାଏଁ ପହଞ୍ଚିଲେ ବି ବହୁତ କିଛି। ତାଙ୍କ ମତରେ ଦଳର ସେମି ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିବାର ଆଶା ବହୁତ କମ ରହିଛି। ଭାରତୀୟ ଦଳର ଶୀର୍ଷ ୪ରେ ପହଞ୍ଚିବାର ଆଶା ବହୁତ କମ୍ ରହିଛି। ଏହାର କାରଣ ବି ଦର୍ଶାଇଛନ୍ତି କପିଲ୍ ଦେବ।

ବିଶ୍ଵ କପ୍‌ ଚାମ୍ପିଅନ କପିଲ୍ ଦେବ ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଆପଣ ନିଜ ଦଳରେ ଅଲରାଉଣ୍ଡର ବ୍ୟତୀତ ଆଉ କଣ ଚାହାନ୍ତି, ଯିଏ ଆପଣଙ୍କୁ କେବଳ ବିଶ୍ଵ କପ୍ ନୁହେଁ ଅନ୍ୟ ଟୁର୍ଣ୍ଣାମେଣ୍ଟ କିମ୍ବା ସିରିଜ୍ ଜିତାଇଥାନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି କ୍ରିକେଟ୍‌ର ଭାରତ ପାଇଁ ବହୁତ ଉପଯୋଗୀ।

କପିଲ୍ କହିଛନ୍ତି, ଅଲରାଉଣ୍ଡର କୌଣସି ଦଳ ପାଇଁ ଗୁରୁତ୍ଵପୂର୍ଣ୍ଣ ଖେଳାଳି। ସେମାନେ ଦଳର ଶକ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ରୋହିତ ଶର୍ମାଙ୍କୁ ଷଷ୍ଠ ବୋଲିଂ କରିବାର ବିକଳ୍ପ ଦେଇଥାନ୍ତି। ସେ ଭଲ ବ୍ୟାଟସମ୍ୟାନ, ଫିଲ୍ଡର ଏବଂ ବୋଲର। ରବୀନ୍ଦ୍ରା ଜାଡେଜା ବି ଦଳ ପାଇଁ ପରଫେକ୍ଟ ଅଲରାଉଣ୍ଡର।

ପ୍ରଥମେ ଭାରତୀୟ ଦଳକୁ ସେମି ଫାଇନାଲ୍‌ରେ ପହଞ୍ଚିବାକୁ ଦିଅନ୍ତୁ। ତା ପରେ ଟାଇଟଲ୍ ଜିତିବା କଥା ଚିନ୍ତା କରିବା। ଆମ ସମୟରେ ଦଳରେ ବହୁତ ଅଲରାଉଣ୍ଡର ଥିଲେ। ଏବେ ତାହା ଦେଖିବାକୁ ମିଳୁନି। ଟି-୨୦ କ୍ରିକେଟ୍ ଏମିତି ଏକ ଖେଳ କିଏ ଜିତିବ ଏବଂ ହାରିବ କହି ହେବ ନାହିଁ। ତେଣୁ ଭାରତୀୟ ଦଳ ବିଶ୍ଵ କପ୍ ଜିତିବ ଏହା ଏବେଠୁ କହିବା ଠିକ୍ ନୁହେଁ।

କପିଲ୍ ଦେବ କହିଛନ୍ତି, ଭାରତୀୟ ଦଳ ଟପ୍-୪ରେ ପହଞ୍ଚିବ କି ନାହିଁ ମୁଁ ଚିନ୍ତିତ। ସେମିରେ ପହଞ୍ଚିଲେ ହିଁ କିଛି କୁହାଯାଇ ପାରିବ। ମୋର ମତରେ ଭାରତୀୟ ଦଳ ଶୀର୍ଷ-୪ରେ ପହଞ୍ଚିବାର ସୁଯୋଗ ମାତ୍ର ୩୦ ପ୍ରତିଶତ ରହିଛି।

ims news

6 thoughts on “ଟି-୨୦ ବିଶ୍ୱ କପ ସେମି-ଫାଇନାଲରେ ପହଂଚିବନି ଭାରତ : କପିଳଦେବ

  1. Órale! Betmex, I gave you a shot and was pleasantly surprised! Registration was easy, and I found a game I really enjoyed fast. Hope to keep winning. ¡Que sigan los premios! betmex

  2. F*ckin¦ awesome things here. I¦m very glad to see your article. Thanks a lot and i’m looking ahead to contact you. Will you kindly drop me a mail?

  3. Thank you for the sensible critique. Me & my neighbor were just preparing to do some research about this. We got a grab a book from our area library but I think I learned more clear from this post. I’m very glad to see such great information being shared freely out there.

  4. A person essentially help to make seriously posts I would state. This is the first time I frequented your web page and thus far? I surprised with the research you made to make this particular publish extraordinary. Excellent job!

Leave a Reply

Your email address will not be published. Required fields are marked *