ବାଲିଯାତ୍ରା ପାଇଁ ଏବେଠୁ ଯାତ୍ରା ପଡିଆରେ ଆନ୍ଧ୍ର ବ୍ୟବସାୟୀ
ଭୁବନେଶ୍ୱର : ବାଲିଯାତ୍ରା ପାଇଁ ଆହୁରି ୧୪ ଦିନ ବାକି ଅଛି। କିନ୍ତୁ ଏବେଠାରୁ ସୁଦୂର ଆନ୍ଧ୍ରପ୍ରଦେଶରୁ ବ୍ୟବସାୟୀମାନେ ଆସିଲେଣି। ଚଳିତବର୍ଷ ଭଲ ବେପାର ହେବ ବୋଲି ସେମାନେ କହିଛନ୍ତି। ତେଣୁ ବର୍ତ୍ତମାନଠାରୁ ସେମାନେ ତାଙ୍କ ଦୋକାନକୁ ସଜାଡ଼ିବାରେ ଲାଗିପଡ଼ିଛନ୍ତି। ସେପଟେ ଯାତ୍ରା ପଡ଼ିଆର କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି।ବାଲିଯାତ୍ରା ସବୁ ବର୍ଗର କ୍ରେତା ଏବଂ ବିକ୍ରେତାଙ୍କ ପାଇଁ ସବୁଠାରୁ ଭଲ ପ୍ଲାଟଫର୍ମ। କିନ୍ତୁ ବାଲିଯାତ୍ରାରେ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀ ପ୍ରକୃତ ଚମକ ଆଣନ୍ତି। ଏବେ ଠାରୁ ସୋ କେସ୍ ବ୍ୟବସାୟୀମାନେ ଆସି ବାଲିଯାତ୍ରା ପଡ଼ିଆରେ ତାଙ୍କର ପସରା ମେଲାଇଲେଣି। ବ୍ୟବସାୟୀଙ୍କ ପୂରା ପରିବାର ଏବେ ସୋ କେଶ୍ ତିଆରିରେ ବ୍ୟସ୍ତ ଅଛନ୍ତି। ପ୍ଲାଷ୍ଟିକ ଫୁଲଦାନୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ତିଆରି କରି ସେମାନେ ବିକ୍ରି ପାଇଁ ଅପେକ୍ଷା କରିଛନ୍ତି। ତେବେ ଏଥର ଭଲ ଦିପଇସା ବେପାର ହେବ ବୋଲି ବ୍ୟବସାୟୀମାନେ ଆଶାରଖିଛନ୍ତି।


Heard some good things about w88trangchu. Gonna dive in and see what the hype is about. Fingers crossed for some lucky wins! Check it out: w88trangchu
It’s interesting how accessible online slots are becoming! Seeing platforms like SpinPH99 with easy deposits (even just ₱100!) is a big plus. Definitely makes trying spinph99 games more appealing – a low barrier to entry is key for casual players like me!