ଜନ୍ମଦିନରେ ଆୟୁଷ ରିଲିଜ କଲେ ଚତୁର୍ଥ ଚଳଚିତ୍ରର ଟିଜର

ଜନ୍ମଦିନରେ ଆୟୁଷ ରିଲିଜ କଲେ ଚତୁର୍ଥ ଚଳଚିତ୍ରର ଟିଜର

ଭୁବନେଶ୍ୱର : ଅଭିନେତା ଆୟୁଷ ଶର୍ମା ଲଭରାତ୍ରୀରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ । ନିକଟରେ ସେ ତାଙ୍କର ତୃତୀୟ ଚଳଚ୍ଚିତ୍ରର ଟିଜର ରିଲିଜ୍‌ କରିଥିଲେ। ଯାହା ଦର୍ଶକଙ୍କ ଦ୍ୱାରା ଭଲଭାବେ ଗ୍ରହଣ କରାଯାଇଥିଲା। ଏଭଳି ପରିସ୍ଥିତିରେ ତାଙ୍କ ଜନ୍ମଦିନର ବିଶେଷ ଅବସରରେ ଆୟୁଷ ତାଙ୍କର ଚତୁର୍ଥ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଆୟୁଷ ଶର୍ମା ନୂଆ ଚଳଚ୍ଚିତ୍ରକୁ ବର୍ତ୍ତମାନ AS04 କୁହାଯାଉଛି । ଏହାର ଟିଜରକୁ ଦେଖିଲେ ଲାଗୁଛି ଯେ ଫିଲ୍ମରେ ଖୁବ୍‌ ଆକ୍ସନ ଦେଖିବାକୁ ମିଳିବ। ଏହି ଫିଲ୍ମଟି ୨୦୨୩ରେ ରିଲିଜ୍‌ ହେବ।

ଆୟୁଷ ଶର୍ମା ଗିଟାର ବଜାଉ ଥିବାବେଳେ ଟିଜର ଆରମ୍ଭ ହେଉଛି । ଯେତେବେଳେ ଅସ୍ତ୍ରଶସ୍ତ୍ର ଧରି କିଛି ଲୋକ ତାଙ୍କୁ ଆକ୍ରମଣ କରିବାକୁ ଆସନ୍ତି। ସେତେବେଳେ ଆୟୁଷ ଲୋକଙ୍କୁ ଦେଖିବା ପରେ ମଧ୍ୟ ଆଶ୍ଚର୍ଯ୍ୟ ହୁଅନ୍ତି ନାହିଁ । ବରଂ ନିଜ ସ୍ଵାଗରେ ସହିତ ଗିଟାର ବଜାଇବା ଜାରି ରଖିଥାନ୍ତି। ଏହା ପରେ ଆୟୁଷ ସମସ୍ତ ଲୋକଙ୍କୁ ପିଟିକି ମାରି ପକାଆନ୍ତି। ଟିଜର ବିଷୟରେ ଆୟୁଷ ଶର୍ମା କହିଛନ୍ତି, “AS04 ଏକ ଉତ୍ସାହଜନକ ପ୍ରୋଜେକ୍ଟ ଏବଂ ବିଶେଷ କରି ମୋ ଜନ୍ମଦିନରେ ଏହାକୁ ଲଞ୍ଚ କଲି । ଜନ୍ମଦିନର ସବୁଠାରୁ ସର୍ବୋତ୍ତମ ଉପହାର। ଫିଲ୍ମର ଧାରା ମୋ ପାଇଁ ନୂଆ ଏବଂ ମୁଁ ଏହା ଉପରେ କାମ କରିକି ବହୁତ ଖୁସି ଏବଂ ମଜା ଆସୁଛି । ମୁଁ ଭିନ୍ନ ଚେହେରା, ଶୈଳୀ ଏବଂ ବ୍ୟକ୍ତିତ୍ୱ ସହିତ ଏକ ମଜାଦାର ଚରିତ୍ର ନିଭାଉଛି।

ims news

Leave a Reply

Your email address will not be published. Required fields are marked *