ଦୀପାବଳୀରେ ଓଟିଟି ରେ ରିଲିଜ୍‌ ହେବ ବ୍ଲକବଷ୍ଟର ଫିଲ୍ମ ବ୍ରହ୍ମାସ୍ତ୍ର

ଦୀପାବଳୀରେ ଓଟିଟି ରେ ରିଲିଜ୍‌ ହେବ ବ୍ଲକବଷ୍ଟର ଫିଲ୍ମ ବ୍ରହ୍ମାସ୍ତ୍ର

ଭୁବନେଶ୍ୱର : ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ଫିଲ୍ମ ‘ବ୍ରହ୍ମାସ୍ତ୍ର’ । ଗତ ମାସ ସେପ୍ଟେମ୍ବରରେ ରିଲିଜ୍‌ ହୋଇଥିଲା । ଯାହା ବକ୍ସ ଅଫିସରେ ଏକ ରେକର୍ଡ ବ୍ରେକ କରିଥିଲା। ରିଲିଜ୍ ହେବାର ପ୍ରଥମ ଦିନରୁ ‘ବ୍ରହ୍ମାସ୍ତ୍ର’ର ଏପରି ଯାଦୁ ଚାଲିଥିଲା ​​ଯେ ଦର୍ଶକ ପ୍ରେକ୍ଷାଳୟକୁ ଆକର୍ଷିତ ହୋଇଥିଲେ। କିନ୍ତୁ ଅନେକ ଲୋକ ‘ବ୍ରହ୍ମାସ୍ତ୍ର’ର ଓଟିଟି ରିଲିଜକୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହାକୁ ନେଇ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି।

ଦୀପାବଳିରେ ଫ୍ୟାନ୍ସଙ୍କ ପାଇଁ ଡବଲ ଧମାକା। ରଣବୀର ଏବଂ ଆଲିଆ ଖୁବ୍ ଶୀଘ୍ର ଓଟିଟି ରେ ଆପଣଙ୍କୁ ଭେଟିବାକୁ ଆସୁଛନ୍ତି । ଆଜ୍ଞା ହଁ ଆମେ ‘ବ୍ରହ୍ମାସ୍ତ୍ର’ର ଓଟିଟି ରିଲିଜ୍ ବିଷୟରେ କହୁଛୁ । ନୂଆ ରିପୋର୍ଟରେ କୁହାଯାଇଛି ଯେ ଦୀପାବଳିର ସ୍ୱତନ୍ତ୍ର ଉତ୍ସବରେ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ସୁପର ହିଟ୍ ଫିଲ୍ମ ବ୍ରହ୍ମାସ୍ତ୍ର ଡିଜ୍ନି ପ୍ଲସ୍ ହଟଷ୍ଟାରରେ ପ୍ରସାରିତ ହେବାକୁ ଯାଉଛି।

୨୩ ଅକ୍ଟୋବରରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ‘ବ୍ରହ୍ମାସ୍ତ୍ର’ ମୁକ୍ତିଲାଭ କରିବ। ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଥିଏଟରକୁ ଯାଇ ଫିଲ୍ମ ଦେଖିନଥିଲେ। ଦୀପାବଳିରେ ଆପଣ ଘରେ ବସି ସବୁଠାରୁ ବଡ ହିଟ୍ ଫିଲ୍ମର ମଜା ଉଠାଇ ପାରିବେ । ଏପର୍ଯ୍ୟନ୍ତ ଏହାର କୌଣସି ଅଫିସିଆଲ ସୂଚନା ପ୍ରକାଶ କରାଯାଇ ନାହିଁ । ଫିଲ୍ମଟି ପ୍ରକୃତରେ ୨୩ ଅକ୍ଟୋବରରେ ଓଟିଟି ରେ ଷ୍ଟ୍ରିମ୍ ହେବ କି ନାହିଁ ତାହା କହିବା କଷ୍ଟକର।

ims news

4 thoughts on “ଦୀପାବଳୀରେ ଓଟିଟି ରେ ରିଲିଜ୍‌ ହେବ ବ୍ଲକବଷ୍ଟର ଫିଲ୍ମ ବ୍ରହ୍ମାସ୍ତ୍ର

  1. [1451]cv9996 login করুন এবং বিকাশ দিয়ে অনলাইন স্লট গেম খেলুন,cv9996 অ্যাপ ডাউনলোড করে সেরা অনলাইন স্লট গেম উপভোগ করুন। বিকাশ দিয়ে অনলাইন ক্যাসিনো ডিপোজিট এবং বোনাস পাওয়ার নিয়ম জানতে আজই যোগ দিন। visit: cv9996

Leave a Reply

Your email address will not be published. Required fields are marked *