ଓଡ଼ିଆ ଚଳଚିତ୍ର ‘ଦି ବଶ’ ର ଶୁଭ ମହୁରତ

ଓଡ଼ିଆ ଚଳଚିତ୍ର ‘ଦି ବଶ’ ର ଶୁଭ ମହୁରତ

ଭୁବନେଶ୍ୱର (ନମିତା): କୁଇନ ଓ ବିଜୟିନୀ ପରେ, ଭିନ୍ନ ଏକ ଦମଦାର ଅନ୍ଦାଜରେ ନଜର ଆସିବେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ | ସମ୍ପୂର୍ଣ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ନାରୀ କୈନ୍ଦ୍ରିକ ଚଳଚିତ୍ର ‘ଦି ଵଶ’ |

ଓଡ଼ିଆ ଚଳଚିତ୍ର ଜଗତରେ ପ୍ରେମ ଓ ପାରିବାରିକ କାହାଣୀରୁ ବାହାରି ପରିବର୍ତ୍ତନର ସ୍ୱର ଆଣିବ ‘ଦି ବଶ’ | ୨୦୨୩ ରେ ସମ୍ପୂର୍ଣ ଭିନ୍ନ ହେବ ଏହି ସିନେମା ବୋଲି ନିର୍ମାତା କହିଛନ୍ତି | ବର୍ଷା ପ୍ରିୟଦର୍ଶିନୀ ‘ଦି ବଶ’ ଟାଇଟେଲରେ ଅଭିନୟ କରିବା ସହ ଚଳଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ ହେଡ଼ର ଦାୟିତ୍ୱ ନେଇଛନ୍ତି |

ଓଲିଉଡ଼ରେ ଗୋଟିଏ ପରେ ଗୋଟିଏ ନାରୀ କୈନ୍ଦ୍ରିକ ଫିଲ୍ମ ନିର୍ମାଣ କରି ନୂଆ ଧାରା ସୃଷ୍ଟି କରିଛନ୍ତି ବର୍ଷା | ଆର ଆର ଇଭେଣ୍ଟସ ଓ ସିନେ ପ୍ରଡକ୍ସନ ଦ୍ଵାରା ‘ଦି ଵଶ’ ଚଳଚିତ୍ରର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଯୁବ ପ୍ରଯୋଜକ ରମେଶ ବାରିକ | ନିର୍ଦେଶକ ଦାୟିତ୍ୱରେ ଅଛନ୍ତି ତ୍ରିପତି ସାହୁ, ଫିଲ୍ମର ସଂଗୀତ ନିର୍ଦେଶକ ହେଉଛନ୍ତି ଅଭିଜିତ ମଜୁମଦାର |

ims news

3 thoughts on “ଓଡ଼ିଆ ଚଳଚିତ୍ର ‘ଦି ବଶ’ ର ଶୁଭ ମହୁରତ

  1. I’m often to blogging and i really appreciate your content. The article has actually peaks my interest. I’m going to bookmark your web site and maintain checking for brand spanking new information.

Leave a Reply

Your email address will not be published. Required fields are marked *