ପ୍ରତିଯୋଗିତା ସମୟରେ ବେହୋସ ହୋଇଗଲେ ମହିଳା ସନ୍ତରଣକାରୀ

ପ୍ରତିଯୋଗିତା ସମୟରେ ବେହୋସ ହୋଇଗଲେ ମହିଳା ସନ୍ତରଣକାରୀ

ଭୁବନେଶ୍ୱର : ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟରେ ଜାରି ୱାର୍ଲ୍ଡ ଆକ୍ବାଟିକ୍ସ ଚମ୍ପିଆନସିପ୍‌ (FINA World Aquatic Championships)ରେ ଏକ ବଡ ଦୁର୍ଘଟଣାକୁ ଏଡାଇ ହୋଇଛି। ଚମ୍ପିଆନସିପ୍‌ ବେଳେ ଆମେରିକାର ମହିଳା ସନ୍ତରଣକାରୀ ଅନିତା ଅଲଭାରେଜ୍‌ ବୁଡି ଯାଇଥିଲେ, ଯାହାଙ୍କୁ ତାଙ୍କର କୋଚ୍‌ ତତ୍ପରତା ଦେଖାଇ ବଞ୍ଚାଇ ଦେଇଥିଲେ। ୨୫ ବର୍ଷୀୟ ଅନିତା ଓ୍ବୁମେନ୍ସ ସୋଲୋ ଇଭେଣ୍ଟରେ ଭାଗ ନେଇଥିଲେ। ହଠାତ୍ ବେହୋସ ହୋଇ ବୁଡିଯାଇଥିଲେ। ସେ ପୁଲ୍‌ର ତଳକୁ ଚାଲିଯାଇଥିଲେ, ସେତେବେଳେ କୋଚ୍ ଆଣ୍ଡ୍ରିୟା ଫ୍ୟୁଏଣ୍ଟ୍ରସ୍‌ ପାଣି ଭିତରକୁ ଡେଇଁ ତାଙ୍କୁ ବଞ୍ଚାଇ ଦେଇଥିଲେ।

କୋଚ୍ ଆଣ୍ଡ୍ରିୟା ତତ୍ପରତା ଦେଖାଇଥିଲେ ଓ ଅନିତାଙ୍କୁ ବଞ୍ଚାଇ ଉପରକୁ ନେଇ ଆସିଥିଲେ। ସେତେବେଳେ ଅନିତା ବେହାସ ହୋଇସାରିଥିଲେ। ଏହାପରେ ମେଡିକାଲ ଟିମ୍‌ ସମୟ ବିଳମ୍ବ ନକରି ଅନିତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଜଣା ନିଆଯାଇଥିଲା। କୋଚ୍ ଆଣ୍ଡ୍ରିୟା ସ୍ପେନିଶ ପହଁରୁଥିଲେ, ଯିଏକି ଚାରି ଥର ଅଲିମ୍ପିକ୍ ମେଡଲ ଜିତିସାରିଛନ୍ତି। ଏବେ ଅନିତାଙ୍କୁ ବଞ୍ଚାଇ ଆଣ୍ଡ୍ରିୟା ପାଣି ତଳକୁ ଚାଲିଆସିଥିଲେ, ସେତେବେଳେ ତାଙ୍କର ସାହାଯ୍ୟ ପାଇଁ ଏକ ଷ୍ଟାଫ ମେମ୍ବର ପହଁଞ୍ଚି ଯାଇଥିଲେ। ଦୁହେଁ ମିଶି ଅନିତାଙ୍କୁ ଉଦ୍ଧାର କରିଥିଲେ। ଏଭଳି ଦ୍ବିତୀୟ ଥର ପାଇଁ ଘଟିଛି, ଯେତେବେଳେ ଅନିତାଙ୍କୁ ବୁଡିବାରୁ ବଞ୍ଚାଯାଇଛି। ରଏଟର୍ସର ରିପୋର୍ଟ ଅନୁସାରେ, ଗତ ବର୍ଷ ମଧ୍ୟ ଅଲିମ୍ପିକ କ୍ବାଲିଫିକେସନ୍‌ ଇଭେଣ୍ଟ ବେଳେ ଅନିତା ବୁଡିବାକୁ ଲାଗିଥିଲେ। ସେତେବେଳେ ମଧ୍ୟ ଆଣ୍ଡ୍ରିୟା ସୁଇମିଂ ପୁଲ୍‌ ଭିତରକୁ ଡେଇଁ ତାଙ୍କର ଜୀବନ ବଞ୍ଚାଇଥିଲେ।

କୋଚ୍ ଆଣ୍ଡ୍ରିୟା କହିଛନ୍ତି, ଏହା ଏକ ବଡ ଦୁର୍ଘଟଣା ଥିଲା। ସେ ନିଶ୍ବାସ ନେଇପାରୁନଥିଲେ। ଏହା ଦେଖି ଖୁବ୍ ଭୟଭୀତ ହୋଇଯାଇଥିଲି। ମୋତେ ତୁରନ୍ତ ଡେଇଁବାକୁ ପଡିଥିଲା। ପାଣି ତାଙ୍କର ଫୁସଫୁସ୍ ପର୍ଯ୍ୟନ୍ତ ଭରି ଯାଇଥିଲା। ଯେତେବେଳେ ସେ ନିଶ୍ବାସ ନେବା ଆରମ୍ଭ କରିଥିଲେ, ତେବେ ସବୁକିଛି ଠିକ୍ ହୋଇଯାଇଥିଲା। ଏବେ ସେ ଭଲ ଅଛନ୍ତି। ଆଣ୍ଡ୍ରିୟା କହିଛନ୍ତି, ଅନିତା ଠିକ୍ ଅଛନ୍ତି। ଡାକ୍ତରମାନେ ତାଙ୍କର ସବୁ ପ୍ରକାର ଯାଞ୍ଚ କରିବା ପରେ କହିଛନ୍ତି ଅନୀତା ଏବେ ଠିକ୍ ଅଛନ୍ତି। ହାର୍ଟ ରେଟ୍‌, ଅକ୍ସିଜେନ୍, ସୁଗାର ଲେବଲ, ବ୍ଲଡ ପ୍ରେସର ଓ ବାକି ସବୁ ଜିନିଷ ଏକଦମ୍ ଠିକ୍ ରହିଛି।

ims news

Leave a Reply

Your email address will not be published. Required fields are marked *