ମହଙ୍ଗା ପଡିଲା ଡାକ୍ତରଙ୍କ ନାମରେ ଜାଲ ଦସ୍ତଖତ
ଭୁବନେଶ୍ୱର : ଜଣେ ସହକାରୀ ଜିଲ୍ଲାପାଳ ଡାକ୍ତରଙ୍କ ଦସ୍ତଖତକୁ ଜାଲିଆତି କରି ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଚିକିତ୍ସା ବିଲ୍ ହାତେଇନେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଯେଉଁ ଡାକ୍ତରଙ୍କ ଦସ୍ତଖତ ଜାଲିଆତି କରି ଏହି ଚିକିତ୍ସା ବିଲ୍ ପ୍ରସ୍ତୁତ ହୋଇଥିଲା, ସେହି ଡାକ୍ତରଙ୍କ ପାଖକୁ ପ୍ରତିସ୍ବାକ୍ଷର (କାଉଣ୍ଟର ସାଇନ୍) ପାଇଁ ଯାଇଥିବା ବେଳେ ଏହି ‘ଜାଲିଆତି’ ଧରାପଡ଼ିଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ (ନିର୍ବାଚନ) ରୀନା ମାନସିଂହ କେନ୍ଦୁଝରରେ କାମ କରୁଥିବା ବେଳେ ନିଜ ମା’ଙ୍କ ଚିକିତ୍ସା ବାବଦରେ ହୋଇଥିବା ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଖର୍ଚ୍ଚକୁ ନିଜର ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଥିବା ଦର୍ଶାଇ ଆର୍ସିଏମ୍ (ରିଭର୍ସ ଚାର୍ଜ ଅନ୍ ଏମ୍ପ୍ଲଇଜ୍ ରିମ୍ବର୍ସମେଣ୍ଟ)ରେ ପାଇବା ପାଇଁ ଆବେଦନ କରିଥିଲେ। ଏହି ସମୟରେ ସହକାରୀ ଜିଲ୍ଲାପାଳଙ୍କର ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟକୁ ବଦଳି ହୋଇଯାଇଥିଲା। ଏହି ଖର୍ଚ୍ଚ ପ୍ରଦାନ ବାବଦ ଫାଇଲ୍କୁ ସେ ପୁଣିଥରେ ଅର୍ଥ ବିଭାଗରେ ଦାଖଲ କରିଥିଲେ। ଏତେ ପରିମାଣରେ ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରସଙ୍ଗକୁ ଅର୍ଥ ବିଭାଗ ସନ୍ଦେହରେ ଦେଖି ପୁନଃ ନିରୀକ୍ଷଣ (କାଉଣ୍ଟର ଭେରିଫିକେସନ୍ ୱିଥ୍ କାଉଣ୍ଟର ସାଇନ୍) କରିବାକୁ କଟକ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ହୃଦ୍ରୋଗ ବିଭାଗକୁ ପଠାଇଥିଲେ। ତେବେ ହୃଦ୍ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡା. ସତ୍ୟନାରାୟଣ ରାଉତରାୟ ନଥିପତ୍ର ଯାଞ୍ଚ କରିବାରୁ ସେଥିରେ ଡାକ୍ତରଙ୍କ ସ୍ବାକ୍ଷରରେ ଜାଲିଆତି ହୋଇଥିବା ଲକ୍ଷ୍ୟ କରିଥିଲେ। ଏନେଇ ସେ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ଡାକ୍ତର ରାଉତରାୟ କହିଛନ୍ତି ଯେ ଚିକିତ୍ସା ଖର୍ଚ୍ଚରେ ଯେଉଁ ଡାକ୍ତରଙ୍କ ସ୍ବାକ୍ଷର ହୋଇଛି ତାହା ଜାଲିଆତି ହୋଇଛି ଓ ଏନେଇ ସେ ଗତକାଲି ଅଧୀକ୍ଷକଙ୍କୁ ଲିଖିତ ଭାବେ ଜଣାଇ ଆବଶ୍ୟକ ତଦନ୍ତ ଓ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ଏତେ ପରିମାଣରେ ଟଙ୍କାର ଚିକିତ୍ସା ଖର୍ଚ୍ଚ ପ୍ରଦାନ ନେଇ ଫାଇଲ୍କୁ ଅର୍ଥ ବିଭାଗକୁ ପଠାଇବା ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କ ଚିକିତ୍ସା ବାବଦକୁ ଛୁଟି, ଚିକିତ୍ସାର ସ୍ଥାନ ଆଦି ନିରୀକ୍ଷଣ ନକରି କେଉଁ ଉପରିସ୍ଥ ଅଧିକାରୀ ସ୍ବାକ୍ଷର କରିଥିଲେ? ଏଭଳି ଜଣଙ୍କ କ୍ଷେତ୍ରରେ ହୋଇଛି ନା ଏଭଳି ଅନ୍ୟ କର୍ମଚାରୀମାନେ କରୁଛନ୍ତି ସେନେଇ ବିଧିବଦ୍ଧ ଭାବେ ତଦନ୍ତ ହେବା ଆବଶ୍ୟକ।


Heard good things about 188betthethao so giving it a shot. Pretty easy to navigate the site. Let’s see if I can score some wins!
1666bet… That’s a bold name. Let’s hope their service matches the ambition. About to sign up and see. Let’s get rich! Try your luck 1666bet
Super9? Heard that name pop up a few times lately. Looks kinda interesting. Worth a browse to see if anything catches your eye. Click this super9.
The atmosphere and the game variety are just perfect for the community. I really enjoy the loyalty rewards they offer to regular players. Join latinkacasino now.
I hit a decent jackpot last night and the withdrawal process was seamless. It feels like a lucky place to be honestly. Visit peeluckcasino if you feel lucky today.
The variety of slots available here is amazing. I spent the whole weekend exploring different themes and they all paid out well. Love vns8858.