ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ

ଭୁବନେଶ୍ୱର : ଗତ ସପ୍ତାହରେ ଅଷ୍ଟ୍ରେଲିଆର ସିଡ୍‌ନିରେ ଆଗ୍ରା ନିବାସୀ ଜଣେ ଭାରତୀୟ ଛାତ୍ର ୧୧ ଥର ଛୁରି ଭୁଷାଖାଇ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହା ବର୍ଣ୍ଣବୈଷମ୍ୟ ଆକ୍ରମଣ ବୋଲି ଛାତ୍ରଙ୍କର ପରିବାର ଲୋକେ ଅଭିଯୋଗ କରୁଛନ୍ତି

ସଂଗୃହୀତ ସୂଚନା ଅନୁସାରେ, ସିଡ୍‌ନିସ୍ଥିତି ‘ୟୁନିଭର୍ସିଟି ଅଫ୍‌ ନିଉ ସାଉଥ୍‌‌ ୱେଲ୍‌ଜ୍‌’ସ୍ଥିତ ବିଶ୍ବବିଦ୍ୟାଳୟରେ ‘ପିଏଚ୍‌ଡି’ କରୁଥିବା ୨୮ ବର୍ଷିୟ ଶୁଭମ୍‌ ଗର୍ଗଙ୍କୁ ଅକ୍ଟୋବର ୬ ତାରିଖ ଦିନ ଆକ୍ରମଣ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ‘ଆଇଆଇଟି-ମାଡ୍ରାସ୍‌’ରୁ ସ୍ନାତକ ହାସଲ କରିଥିବା ଶୁଭମ ସେପ୍ଟେମ୍ବର ପହିଲାରେ ଅଷ୍ଟ୍ରେଲିଆ ଯାଇଥିଲେ। ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଙ୍କର ପିତାମାତା ଅଷ୍ଟ୍ରେଲିଆ ଯିବା ନିମନ୍ତେ ଭିସା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ, ଏଯାବତ୍‌ ଭିସା ପାଇ ନାହାନ୍ତି।

ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅକ୍ଟୋବର ୬ ତାରିଖ ରାତି ପ୍ରାୟ ୧୦.୩୦ରେ ରାସ୍ତାରେ ଯାଉଥିବା ବେଳେ ଉକ୍ତ ଲୋକଟି ତାଙ୍କ ପାଖକୁ ଆସିଥିଲେ। ସେ ତାଙ୍କୁ ଧମକ ଦେଇ ଟଙ୍କା ମାଗିଥିଲେ। ସେ ମନା କରିବାରୁ ଆକ୍ରମଣକାରୀ ତାଙ୍କୁ ବହୁବାର ଛୁରି ଭୁସି ଘଟଣାସ୍ଥଳରୁ ପଳାଇଯାଥିଲେ। ଶୁଭମ୍‌ଙ୍କ ମୁହଁ, ଛାତି ଓ ପେଟରେ ଏକାଧିକ କ୍ଷତ ହୋଇଛି। ସୂଚନା ଅନୁସାରେ ନିକଟରେ ଥିବା ଗୋଟିଏ ଘରକୁ ଯାଇ ସାହାଯ୍ୟ ଲୋଡ଼ିବା ପରେ ତାଙ୍କୁ ଚିକିତ୍ସା ନିମିତ୍ତ ଡାକ୍ତରଖାନାକୁ ନିଆଯାଇଥିଲା।

ଏହି ମାମଲାରେ, ହତ୍ୟା ଉଦ୍ୟମ ଅଭିଯୋଗରେ ଜଣେ ୨୭ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଘଟଣା ପୂର୍ବରୁ ଉଭୟ ଉଭୟଙ୍କୁ ଚିହ୍ନି ନ ଥିଲେ ବୋଲି ଆମେ ସୁନିଶ୍ଚିତ ବୋଲି ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି ।।।।

ims news

4 thoughts on “ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ

  1. It’s a shane youu don’t have a onate button! I’d
    definitely donat too tis outstandig blog! I guess forr noow
    i’ll settle ffor book-marking and adding ylur RSS feed too myy Google account.
    I look forward too fredsh updates andd will syare this siite wth mmy Fcebook group.
    Chhat soon! xnxx

Leave a Reply

Your email address will not be published. Required fields are marked *