ଫାର୍ମାସିଷ୍ଟଙ୍କୁ ମାଡ଼ ମାରିବା ଘଟଣାରେ ହେଲା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : କଟକ ବଡ ମେଡିକାଲ ପୁଲିସ ଫାଣ୍ଡି ଭିତରକୁ ନେଇ ଜଣେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟଙ୍କୁ ମାଡ଼ ମରାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାଯାଇଛି। ମାଡ଼ ମାରିଥିବା ଏସସିବି ମେଡିକାଲର ସିକ୍ୟୁରିଟି ଗାର୍ଡ ରତ୍ନାକରଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି ଏସସିବି କର୍ତ୍ତୃପକ୍ଷ । ଏନେଇ ସୂଚନା ଦେଇଛନ୍ତି ଏସସିଵି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ। ସେପଟେ ଅଭିଯୁକ୍ତ ରତ୍ନାକର ବିରୁଦ୍ଧରେ ମଙ୍ଗଳାବାଗ ଥାନାରେ ରୁଜୁ ହୋଇଥିବା ଏତଲା ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ।
ଆକ୍ରମଣର ଶିକାର ହୋଇଥିବା ଫାର୍ମାସିଷ୍ଟଙ୍କ ନାଁ ବିଶ୍ୱଜିତ ମହାରଣା ଓ ସେ ଯାଜପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରୁ ଜଣେ ରୋଗୀଙ୍କୁ ନେଇ ଗତକାଲି ଅପରାହ୍ନରେ ଏସସିବିକୁ ଆଣିଥିଲେ। ଏହି ସମୟରେ କୌଣସି କାରଣକୁ ନେଇ ବିଶ୍ୱଜିତ ଓ ରତ୍ନାକରଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ତା ପରେ ଅଭିଯୁକ୍ତ ରତ୍ନାକର ସମ୍ପୃକ୍ତ ଫାର୍ମାସିଷ୍ଟ ବିଶ୍ୱଜିତଙ୍କୁ ମେଡିକାଲ ଫାଣ୍ଡିକୁ ଆଣି ନିସ୍ତୁକ ପିଟିଥିଲେ। ମାଡ଼ ମରାଯାଉଥିବା ସମୟର ଭିଜୁଆଲ ଏବେ ସାମାଜିକ ଗଣମାଧ୍ୟମରେ ଭିଡ଼ିଓ ଏବଂ ଫୋଟୋ ଭାଇରାଲ ମଧ୍ୟ ହୋଇଛି । ଏ ନେଇ ବିଶ୍ୱଜିତ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ଦେଇଥିଲେ। ସେପଟେ ରତ୍ନାକର ପେସାରେ ଜଣେ ହୋମଗାର୍ଡ। ସେ ରାତିରେ ହୋମଗାର୍ଡ ଭାବେ ଡ୍ୟୁଟି କରୁଥିବା ବେଳେ ଦିନ ବେଳେ ଏସସିବିରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରନ୍ତି ବୋଲି ଜଣା ପଡ଼ିଛି।
I love it when people come together and share opinions, great blog, keep it up.