ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ କ୍ରିକେଟ ଦଳ, ଭଲିବଲ ଖେଳରେ ଅଭ୍ୟାସ ଆରମ୍ଭ
ଭୁବନେଶ୍ୱର (କାଳିଚରଣ): ୱେଷ୍ଟଇଣ୍ଡିଜ୍ ସହ ଟେଷ୍ଟ, ଦିନିକିଆ ଏବଂ ଟି୨୦ ସିରିଜ୍ ଖେଳିବା ଲାଗି ଭାରତୀୟ କ୍ରିକେଟ ଦଳ ବାର୍ବାଡୋସରେ ପହଞ୍ଚିଛି। ୱେଷ୍ଟଇଣ୍ଡିଜର ଭିନ୍ନ ଭିନ୍ନ ସ୍ଥାନରୁ ଖେଳାଳିମାନେ ଛୁଟି କଟାଇ ଆସିବା ପରେ ଏଠାରେ ଏକତ୍ର ହୋଇଛନ୍ତି। ଅଧିକ ସମୟ ଧରି ବିମାନଯାତ୍ରା କରି କ୍ଲାନ୍ତ ହୋଇପଡ଼ିଥିବା, ଭାରତୀୟ ଖେଳାଳିମାନଙ୍କୁ ଟିମ୍ ମ୍ୟାନେଜମେଣ୍ଟ ଦୁଇ ଦିନ ବିଶ୍ରାମ ଦେଇଛନ୍ତି । ଏହା ପରେ ପରେ ଦଳ ନିୟମିତ ଅଭ୍ୟାସକୁ ଓହ୍ଲାଇବ ବୋଲି ଜଣାଯାଇଛି।
ଦୁଇଦିନିଆ ବିଶ୍ରାମର ପ୍ରଥମ ଦିନରେ ଭାରତୀୟ ଖେଳାଳିମାନେ ବାର୍ବାଡୋସର ସମୁଦ୍ର କୂଳରେ ବିଚ୍ ଭଲିବଲ ଖେଳିଛନ୍ତି। ଦଳର ସମସ୍ତ ଖେଳାଳି ଏଠାରେ ଉପସ୍ଥିତ ରହି ଭିନ୍ନ ଭିନ୍ନ ଭୂମିକା ଗ୍ରହଣ କରିଛନ୍ତି। ବିରାଟ କୋହଲି, ରୋହିତ ଶର୍ମା ଓ ଅନ୍ୟ ଖେଳାଳିମାନେ ଦୀର୍ଘ ସମୟ ଧରି ଭଲିବଲ ଖେଳିବାରେ ସମୟ ବିତାଇଥିଲେ। ଯୁବ ୱିକେଟରକ୍ଷକ ଇଶାନ କିସାନ ଫଟୋ ଉଠାଇବାରେ ସମୟ କଟାଇଥିଲେ। ବିସିସିଆଇ ଏ ସମ୍ପର୍କରେ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛି।
ଏହି ଗସ୍ତରେ ଭାରତ ଘରୋଇ ୱେଷ୍ଟଇଣ୍ଡିଜ୍ ଦଳ ସହ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜୁଲାଇ ୧୨ରୁ ଆରମ୍ଭ ହେବ। ଭାରତର ଏହା ପରବର୍ତ୍ତୀ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଲାଗି ପ୍ରଥମ ସିରିଜ୍। ବର୍ତ୍ତମାନ ସମୟରେ ଦୁର୍ବଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପୂରା ପଏଣ୍ଟ ହାସଲ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ୨ଟି ଟେଷ୍ଟ ମଧ୍ୟରୁ ପ୍ରଥମ ମ୍ୟାଚ୍ ଡୋମିନିକାର ୱିଣ୍ଡସର ପାର୍କରେ ଜୁଲାଇ ୧୨ରୁ ଓ ଦ୍ୱିତୀୟ ମ୍ୟାଚ୍ ତ୍ରିନିଦାଦ୍ର ପୋର୍ଟ ଅଫ୍ ସ୍ପେନ୍ରେ ଜୁଲାଇ ୨୦ରୁ ଆରମ୍ଭ ହେବ। ଏହା ପରେ ଜୁଲାଇ ୨୭, ୨୯ ଓ ଅଗଷ୍ଟ ୧ରେ ଦିନିକିଆ ସିରିଜ୍ଖେ ଳାଯିବ ।
ରୋହିତ ଶର୍ମାଙ୍କ ନେତୃତ୍ୱରେ ଏହି ଦୁଇଟି ସିରିଜ୍ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରଥମ ଦଫାରେ ଟେଷ୍ଟ ଦଳ ଏଠାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ଭାରତ ତାର ଘରୋଇ ମାଟିରେ ଦିନିକିଆ ବିଶ୍ଵକପ୍ ଆରମ୍ଭ ହେବାକୁ ଆଉ ୧୦୦ରୁ କମ୍ ଦିନ ବାକି ରହିଛି। ନିକଟରେ ଜିମ୍ବାୱେ, ନେଦରଲାଣ୍ଡସ ଓ ସ୍କଟଲାଣ୍ଡ ଭଳି ଦଳଠାରୁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ପରାଜିତ ହୋଇ ପ୍ରଥମଥର ବିଶ୍ବକପ୍ ଖେଳିବାରୁ ବଞ୍ଚିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦଳ ଏହି ସିରିଜରୁ ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ କରିବ ।
ଏହା ଫଳରେ କିଛି ନବାଗତ ଓ ବାଦ୍ ପଡିଥିବା ଖେଳାଳିଙ୍କୁ ସୁଯୋଗ ମିଳିବ। ଭାରତକୁ ଦିନିକିଆ ବିଶ୍ଵକପ୍ ପ୍ରସ୍ତୁତି ଲାଗି ଉପଯୁକ୍ତ ପ୍ଲାଟଫର୍ମ କିମ୍ବା ପ୍ରତିଦ୍ବନ୍ଦୀ ମିଳିବ ନାହିଁ ବୋଲି ଆଶଙ୍କା କରାଯାଉଛି। ଏହା ପରେ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଉଭୟ ୱେଷ୍ଟଇଣ୍ଡିଜ୍ ଓ ଆମେରିକାରେ ଖେଳାଯିବ। ଏହି ସିରିଜ୍ର ପ୍ରଥମ ୩ଟି ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ରେ ଯଥାକ୍ରମେ ତ୍ରିନିଦାଦର ବ୍ରାଏନ ଲାରା ଷ୍ଟାଡିୟମରେ ଅଗଷ୍ଟ ୩, ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମ୍ରେ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଅଗଷ୍ଟ ୬ ଓ ୮ରେ ଖେଳାଯିବ। ଏହା ପରେ ଉଭୟ ଦଳ ଶେଷ ଦୁଇଟି ମ୍ୟାଚ୍ ଲାଗି ଆମେରିକା ଯିବେ। ଆମେରିକାର ଫ୍ଲୋରିଡା ସହରସ୍ଥିତ ଲାଉଡରହିଲଠାରେ ଅଗଷ୍ଟ ୧୨ ଓ ୧୩ରେ ଏହି ମ୍ୟାଚ୍ ଦୁଇଟି ଖେଳାଯିବ। ଟେଷ୍ଟ ମ୍ୟାଚ୍ ଭାରତୀୟ ସମୟରାତି ୭ଟା ୩୦ରୁ, ଦିନିକିଆ ମ୍ୟାଚ୍ ଗୁଡିକ ରାତି ୭ଟାରୁ ଓ ଟି-୨୦ ମ୍ୟାଚ୍ ଗୁଡିକ ରାତି ୮ଟାରୁ ଆରମ୍ଭ ହେବ।


It’s exhausting to find knowledgeable individuals on this matter, but you sound like you understand what you’re talking about! Thanks
Keep working ,impressive job!
Simply desire to say your article is as amazing. The clarity to your post is simply nice and i could assume you are a professional on this subject. Fine with your permission allow me to grasp your RSS feed to stay up to date with imminent post. Thanks one million and please carry on the enjoyable work.
I definitely wanted to type a brief note so as to express gratitude to you for all of the amazing strategies you are sharing on this site. My time consuming internet search has at the end been compensated with excellent insight to write about with my friends and classmates. I ‘d repeat that we readers actually are undeniably blessed to live in a fantastic site with so many wonderful individuals with valuable concepts. I feel very much privileged to have encountered the web site and look forward to some more fun times reading here. Thanks a lot once again for all the details.
Great line up. We will be linking to this great article on our site. Keep up the good writing.
Hey, just wanted to say I’ve been checking out 311jilipark and it’s pretty cool! The interface is smooth and the games are fun. Definitely worth a look if you’re looking for something new. Check it out here: 311jilipark
Thanks so much for giving everyone an extremely pleasant opportunity to discover important secrets from here. It is often so nice and also full of a lot of fun for me personally and my office friends to search your web site at minimum three times a week to learn the newest stuff you will have. And indeed, I’m actually motivated with all the beautiful creative ideas you serve. Selected 3 points on this page are indeed the most impressive we have all had.
I was looking through some of your articles on this website and I think this site is real instructive! Continue putting up.