ବାରବାଟୀ ରେ ମ୍ୟାଚ ପାଇଁ ଇଂଲଣ୍ଡ ରୁ ଆସିଲା ୨ କୋଟିର କଭର

ବାରବାଟୀ ରେ ମ୍ୟାଚ ପାଇଁ ଇଂଲଣ୍ଡ ରୁ ଆସିଲା ୨ କୋଟିର କଭର

ଭୁବନେଶ୍ୱର : ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ଓସିଏର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି। ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବର୍ଷାରୁ ପଡିଆକୁ ସୁରକ୍ଷା ଦେବା ପାଇଁ ଇଂଲଣ୍ଡରୁ ନୂଆ ପଡ଼ିଆ କଭର ବାରବାଟୀ ଷ୍ଟାଡିୟମରେ ପହଞ୍ଚିଛି। ଏହି ଗୋଟିଏ କଭରରେ ସଂପୂର୍ଣ୍ଣ ପଡିଆକୁ ଘୋଡ଼ା ଯାଇପାରିବ। ଏହି କଭରକୁ ଓସିଏ ପାଖାପାଖି ୨ କୋଟି ଟଙ୍କାରେ କିଣିଛି। ଭାରତରେ ଏହିଭଳି କଭର କେବଳ କୋଲ୍‌କାତାର ଇଡେନ୍ ଗାର୍ଡେନ୍‌ରେ ରହିଛି। ବର୍ଷା ଛାଡ଼ିବାର କିଛି ସମୟ ମଧ୍ୟରେ ସୁପର ସପର ମାଧ୍ୟମରେ କଭର ଉପରୁ ପାଣି ଶୁଖାଯାଇପାରିବ। କୋଲ୍‌କାତାରୁ କ୍ୟୁରେଟର ଓ ପଡ଼ିଆ ସହାୟକ ଦଳ କଟକରେ ପହଞ୍ଚିଲା ପରେ କଭର ଖୋଲାଯାଇ ପରୀକ୍ଷା କରାଯିବ। ବେଙ୍ଗଲ କ୍ରିକେଟ୍‌ ସଂଘ (ସିଏବି)ର କ୍ୟୁରେଟର ସୁଜନ ମୁଖାର୍ଜୀ ଓ ୩୨ ପଡ଼ିଆ ସହାୟକ ବାରବାଟୀ ଆସି ମ୍ୟାଚ୍‌ ଶେଷ ହେବା ପର୍ଯ୍ୟନ୍ତ ଏଠାରେ ରହିବା ସହ ଓସିଏ ପଡ଼ିଆ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବେ। ଏହି କଭର୍‌କୁ ପକାଇବା ପାଇଁ ଅତିକମ୍‌ରେ ୬୦ ଜଣ କର୍ମଚାରୀଙ୍କ ଆବଶ୍ୟକ ହେବ। ଏଥିପାଇଁ ଅଧିକ କର୍ମଚାରୀ ଆଣିବାକୁ ଓସିଏ ଯୋଜନା କରୁଛି।

ims news

Leave a Reply

Your email address will not be published. Required fields are marked *