ଡାକ୍ତରୀ ପେସା ଛାଡ଼ି ଅଭିନୟରେ ବସାବାନ୍ଧିଲେ ସାଇ ପଲ୍ଲବୀ

ଡାକ୍ତରୀ ପେସା ଛାଡ଼ି ଅଭିନୟରେ ବସାବାନ୍ଧିଲେ ସାଇ ପଲ୍ଲବୀ

ଭୁବନେଶ୍ୱର : ପିଲାଦିନେ ନିର୍ଦ୍ଦିଷ୍ଟ କ୍ଷେତ୍ର ପ୍ରତି ଜାଗି ଉଠିଥିବା ଆକର୍ଷଣ କିପରି ଜଣକ ଶିକ୍ଷାଦୀକ୍ଷାକୁ ଗୌଣ କରି ଜୀବନର ଗତିପଥ ନିର୍ଦ୍ଧାରଣ କରିଥାଏ, ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ଦକ୍ଷିଣୀ ଅଭିନେତ୍ରୀ ସାଇ ପଲ୍ଲବୀ ସେନ୍ଥାମରାଇ କନ୍ନାନ। ପିଲାବେଳେ ଏକ ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିବାର ସୁଯୋଗ ତାଙ୍କ ମନରେ ଏପରି ଗଭୀର ରେଖାପାତ କରିଥିଲା ଯେ ସେ ପରବର୍ତ୍ତୀ କାଳରେ ଡାକ୍ତରୀ ଶିକ୍ଷାରେ ସ୍ନାତକ ଡିଗ୍ରି ହାସଲ କରିବା ସତ୍ତ୍ବେ ଚିକିତ୍ସା ଛାଡ଼ି ଅଭିନୟରେ ମନୋନିବେଶ କରିଥିଲେ।
ତେବେ ତାହା ହିଁ ତାଙ୍କୁ ଅଧିକ ଲୋକପ୍ରିୟ କରାଇବା ସହ ଆଠ ଥର ଜାତୀୟ ସ୍ତରୀୟ ପୁରସ୍କାର ପାଇବାର ଗୌରବ ଆଣିଦେଇଛି। ତାମିଲନାଡୁର ନୀଳଗିରି ଜିଲ୍ଲା ଅନ୍ତର୍ଗତ କୋଟାଗିରି ଠାରେ ୧୯୯୨ ମେ ୯ ତାରିଖରେ ଜନ୍ମିତ ପଲ୍ଲବୀ ଜଣେ ଶିଶୁ କଳାକାର ଭାବେ ୨୦୦୫ରେ ତାମିଲ ଫିଲ୍ମ ‘କସ୍ତୁରୀ ମା’ ଓ ୨୦୦୮ରେ ‘ଧାମ ଧୁମ୍‌’ରେ ଦେଖା ଦେଇଥିଲେ। ମାତ୍ର ଦୁଇଟି ଯାକରେ ତାଙ୍କ ଅଭିନୟ ସେପରି ଦର୍ଶକୀୟ ସ୍ବୀକୃତି ଲାଭ କରିନଥିଲା। କିନ୍ତୁ ତାହା ପଲ୍ଲବୀଙ୍କୁ ସିନେଜଗତରେ ବସା ବାନ୍ଧିବାକୁ ଖୋରାକ ଯୋଗାଇଥିଲା। ସୁଯୋଗକୁ ଜର୍ଜିଆରେ ତାଙ୍କର ମେଡିକାଲ ଶିକ୍ଷା ଚାଲିଥିଲା ବେଳେ ମାଲାୟଲୀ ଫିଲ୍ମ ‘ପ୍ରେମମ୍‌’ର ପ୍ରମୁଖ ଚରିତ୍ରରେ ଅଭିନୟ ପାଇଁ ସୁଯୋଗ ମିଳିଥିଲା। ଏଥିପାଇଁ ସେ ସମ୍ମତି ଜଣାଇ ଛୁଟି ସମୟରେ ସୁଟିଂ ସାରିଥିଲେ। ଏଥିରେ ତାଙ୍କ ପ୍ରଦର୍ଶନ ଏତେ ଉଚ୍ଚକୋଟୀର ହୋଇଥିଲା ଯେ, ଦର୍ଶକ ଏବଂ ସମୀକ୍ଷକମାନେ ତାଙ୍କର ଖୁବ୍ ପ୍ରଶଂସା କରିଥିଲେ।
ଏହା ତାଙ୍କୁ ଶ୍ରେଷ୍ଠ ନବାଗତ ନାୟିକା ଭାବେ ଫିଲ୍ମଫେୟାର ପୁରସ୍କାର ସମେତ ଅନ୍ୟାନ୍ୟ ପାଞ୍ଚଟି ଜାତୀୟ ପୁରସ୍କାର ଆଣିଦେଇଥିଲା। ଏହାପରେ ତାଙ୍କର ଦ୍ବିତୀୟ ମାଲାୟଲୀ ଫିଲ୍ମ ‘କାଲି’ କୌଣସି ପୁରସ୍କାର ନଆଣିଲେ ମଧ୍ୟ ଅନୁରୂପ ଦର୍ଶକୀୟ ସ୍ବୀକୃତି ଦେଇଥିଲା। ସେହିପରି ୨୦୧୭ରେ ସେ ତେଲୁଗୁ ଫିଲ୍ମ ‘ଫିଦା’ରେ ପ୍ରଥମ ପଦାର୍ପଣ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସିପିସି ସିନେ ସମ୍ମାନ ଓ ଫିଲ୍ମଫେୟାର ସମ୍ମାନ ଲାଭ କରିଥିଲେ। ଫଳରେ ଜଣେ ଆଗଧାଡ଼ିର ଅଭିନେତ୍ରୀର ମାନ୍ୟତା ପାଇଥିବା ପଲ୍ଲବୀ ଆଉ ଡାକ୍ତରୀ ପେସା କଥା ନ ବିଚାରି ପଛକୁ ପଛ ବିଭିନ୍ନ ଦକ୍ଷିଣ ଭାରତୀୟ ଭାଷାର ସିନେମା ପରଷି ଚାଲିଲେ। ଏହିପରି ଭାବେ ତେଲୁଗୁ ଫିଲ୍ମ ‘କଲମ୍‌’, ‘ଲଭ୍‌ ଷ୍ଟୋରି’ ଓ ‘ବୀରତା ପର୍ବମ୍‌’ ସମେତ ମାଲାୟଲୀ ଫିଲ୍ମ ‌’ଆଥିରନ୍‌’ ଏବଂ ତାମିଲ ସିନେମା ‘ଦିୟା’, ‘ମାରି-୨’ ଓ ‘ପାବ କଧାଇଗାଲ’ ଆଦିରେ ତାଙ୍କ ଅଭିନୟର ଯାଦୁକୁ ଦର୍ଶକ ମନଭରି ଉପଭୋଗ କରି ଆସୁଛନ୍ତି। ଚଳିତ ବର୍ଷ ତାଙ୍କର ତାମିଲ ଫିଲ୍ମ ‘ଗାର୍ଗୀ’ ମୁକ୍ତିଲାଭ କରିବାକୁ ଥିବା ବେଳେ ସେ ଏଥିପାଇଁ ଢେର ଉତ୍ସାହିତ ଅଛନ୍ତି।

ims news

One thought on “ଡାକ୍ତରୀ ପେସା ଛାଡ଼ି ଅଭିନୟରେ ବସାବାନ୍ଧିଲେ ସାଇ ପଲ୍ଲବୀ

  1. [1911]betsbunny Official Login | বাংলাদেশে দ্রুত বিকাশ পেমেন্ট ক্যাসিনো,betsbunny অফিশিয়াল লগইন করে সেরা অনলাইন স্লট গেমের নিয়ম জানুন। দ্রুত বিকাশ পেমেন্ট এবং সহজ অ্যাপ ডাউনলোড সুবিধা পেতে আজই জয়েন করুন। visit: betsbunny

Leave a Reply

Your email address will not be published. Required fields are marked *