ବ୍ୟାଙ୍କ୍‌ ଋଣ ସୁଝିନପାରିବାରୁ ଚାଷ ଜମିରେ ଆତ୍ମହତ୍ୟା କଲେ ଚାଷୀ

ବ୍ୟାଙ୍କ୍‌ ଋଣ ସୁଝିନପାରିବାରୁ ଚାଷ ଜମିରେ ଆତ୍ମହତ୍ୟା କଲେ ଚାଷୀ

ଭୁବନେଶ୍ୱର : ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରପାଲି ବ୍ଲକ୍‌ର ଟୁନିମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛ ଏକ ଅଭାନୀୟ ଘଟଣା। ଜଣେ ଚାଷୀ ଋଣ ବୋଝ ସହିନପାରିବାରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଚାଷୀ ଭଗବାନ ଯୁଆଡ଼ି ବ୍ୟାଙ୍କ୍‌ରୁ ଆଣିଥିବା ଋଣ ସୁଝିନପାରିବାରୁ କୀଟନାଶକ ପିଇ ନିଜ ଜୀବନ ହାରିଛନ୍ତି।

ପରିବାର ଲୋକଙ୍କ କହିବାନୁଯାୟୀ ବ୍ୟାଙ୍କ୍‌ରୁ ଆଣିଥିବା ଋଣ ପାଇଁ ବେଶ୍‌ ଚିନ୍ତାଗ୍ରସ୍ତ ରହୁଥିଲେ ଭଗବାନ। ଶେଷରେ ଆଉ ମାନସିକ ଚାପ ସହି ନପାରି ଆଜି ସକାଳୁ ନିଜ ଚାଷ ଜମିରେ ହିଁ କୀଟନାଶକ ଔଷଧ ପାରାକୁଇଡ୍‌ ପିଇ ଆତ୍ମହତ୍ୟା କରିଛନ୍ତି।

ଖବର ପାଇ ପରିବାର ଲୋକ ତାଙ୍କୁ ପ୍ରଥମେ ଡୁଙ୍ଗୁରପାଲି ଓ ପରେ ବୁର୍ଲା ହସ୍ପିଟାଲ୍‌ରେ ନେଇଥିଲେ। ବୁର୍ଲା ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ims news

One thought on “ବ୍ୟାଙ୍କ୍‌ ଋଣ ସୁଝିନପାରିବାରୁ ଚାଷ ଜମିରେ ଆତ୍ମହତ୍ୟା କଲେ ଚାଷୀ

Leave a Reply

Your email address will not be published. Required fields are marked *