ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: ଦ୍ବିତୀୟ ରାଉଣ୍ଡରେ ସ୍ବିତେକ

ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: ଦ୍ବିତୀୟ ରାଉଣ୍ଡରେ ସ୍ବିତେକ

ଭୁବନେଶ୍ୱର: ବିଶ୍ବର ଏକ ନମ୍ବର ମହିଳା ଖେଳାଳି ଇଗା ସ୍ବିତେକ ଏଠାରେ ଚାଲିଥିବା ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତାର ଦ୍ବିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ପ୍ରଥମ ରାଉଣ୍ଡ ମୁକାବିଲାରେ ଫ୍ରେଞ୍ଚ୍‌ ଓପନ୍‌ ବିଜୟିନୀ ସ୍ବିତେକ ସିଧାସଳକ ୬-୦, ୬-୩ ସେଟ୍‌ରେ କ୍ରୋଏସିଆର ଜେନା ଫେଟ୍‌ଙ୍କୁ ପରାସ୍ତ କରିଥିଲେ। ସେହିପରି ଅନ୍ୟ ମହିଳା ତାରକା ଖେଳାଳିଙ୍କ ମଧ୍ୟରେ ଚତୁର୍ଥ ମାନ୍ୟତାପ୍ରାପ୍ତ ପୌଲା ବଦୋସା, ପଞ୍ଚମ ମାନ୍ୟତାପ୍ରାପ୍ତ ମାରିଆ ସାକାରି, ଏକାଦଶ ମାନ୍ୟତାପ୍ରାପ୍ତ କୋକୋ ଗଫ୍‌, ଦ୍ବାଦଶ ମାନ୍ୟତାପ୍ରାପ୍ତ ଜେଲିନା ଓସ୍ତାପେଙ୍କୋ, ତ୍ରୟୋଦଶ ମାନ୍ୟତାପ୍ରାପ୍ତ ବାର୍ବୋରା କ୍ରେଜିକୋଭା ଓ ପୂର୍ବତନ ବିଜୟିନୀ ସିମୋନା ହାଲେପ ପ୍ରଥମ ରାଉଣ୍ଡ ବାଧା ଅତିକ୍ରମ କରିଛନ୍ତି। ସ୍ପେନ୍‌ର ବଦୋସା ୬-୨, ୬-୧ ସେଟ୍‌ରେ ଆମେରିକାର ଲୁଇସା ଚେ‌ରିକୋଙ୍କୁ, ଗ୍ରିସ୍‌ର ସାକାରି ୬-୧, ୬-୪ ସେଟ୍‌ରେ ଅଷ୍ଟ୍ରେଲିଆର ଜୋ ହିଭ୍‌ସଙ୍କୁ, ଆମେରିକାର ଗଫ୍‌ ୨-୬, ୬-୩, ୭-୫ ସେଟ୍‌ରେ ରୋମାନିଆର ଏଲିନା-ଗାବ୍ରିଏଲା ରୁସେଙ୍କୁ, ଲାଟିଭିଆର ଓସ୍ତାପେଙ୍କୋ ୬-୪, ୬-୪ ସେଟ୍‌ରେ ଫ୍ରାନ୍ସର ଓସିନେ ଡୋ‌ଡିଡ୍‌ଙ୍କୁ, ଚେକ୍‌ଗଣରାଜ୍ୟର ବାର୍ବୋରା କ୍ରେଜିକୋଭା ୭-୬, ୬-୩ ସେଟ୍‌ରେ ବେଲ୍‌ଜିୟମର ମାରିନା ଜାନେସ୍କାଙ୍କୁ ଏବଂ ପୂର୍ବତନ ଏକ ନମ୍ବର ୩୦ ବର୍ଷୀୟା ହାଲେପ ୬-୩, ୬-୨ ସେଟ୍‌ରେ ଚେକ୍‌ ଗଣରାଜ୍ୟର କାରୋଲିନା ମୁଚାଭାଙ୍କୁ ପରାସ୍ତ କରିଥିଲେ।

ims news

One thought on “ୱିମ୍ବଲଡନ୍‌ ଟେନିସ ପ୍ରତିଯୋଗିତା: ଦ୍ବିତୀୟ ରାଉଣ୍ଡରେ ସ୍ବିତେକ

  1. [9793]Betway Official Login | বিকাশ পেমেন্ট ও ক্যাসিনো বোনাস পান,betway অ্যাপ ডাউনলোড করে সহজেই স্লট গেমের নিয়ম জানুন এবং বিকাশ দিয়ে দ্রুত ডিপোজিট করুন। আজই যোগ দিয়ে আপনার এক্সক্লুসিভ বোনাস সংগ্রহ করুন। visit: betway

Leave a Reply

Your email address will not be published. Required fields are marked *