ଫାଇଭ ଟି ବିଦ୍ୟାଳୟ ରୁ ଖସିଲା ଛାତ, ଅଭିଭାବକ ଗୁରୁତର l
ଭୁବନେଶ୍ୱର: ରାଜ୍ୟ ସରକାର ଫାଇଭ ଟି ଅଧୀନରେ ବିଦ୍ୟାଳୟ ଗୁଡିକ ରୂପାନ୍ତରିତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଦ୍ୟାଳୟ ଗୁଡିକ ସ୍ମାର୍ଟ କରିବାରେ ଲାଗିଛନ୍ତି l କିନ୍ତୁ ପିଲାଙ୍କ ଠାରୁ ଅଧିକ ଲାଭବାନ ହେଉଛନ୍ତି ଠିକାଦାର, କନିଷ୍ଠ ଯନ୍ତ୍ରୀ ଏବଂ କିଛି ସରକାରୀ ବାବୁ l ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗ ପଂଚାୟତ ଅନତର୍ଗତ ସୁଗ ସରକାରୀ ଉଚ୍ଚ ବିଦ୍ୟାଳୟରେ l ଏହି ବିଦ୍ୟାଳୟଟି ଫାଇଭ ଟି ଅଧୀନରେ ରୂପାନ୍ତରିତ ହେଇଥିବା ବେଳେ ଗତକାଲି ଯେତେ ବେଳେ ସ୍କୁଲ କମିଟି ଓ ଅଭିଭାବକ ମାନଙ୍କୁ ନେଇ ସୁରକ୍ଷା ବୈଠକ ଚାଲିଥିଲା,ସେହି ସମୟରେ ହଠାତ୍ ସ୍କୁଲ ର ଛାତ ଖସି ଜଣେ ଅଭିଭାବକ ଓ ଚାରିଜଣ ଛାତ୍ର ଆହତ ହେଇଥିଲେ l ଆହତ ଛାତ୍ରମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ଅଭିଭାବକ ଦୈତାରୀ ସାହୁଙ୍କ ହାତର ଆଙ୍ଗୁଠି ଭାଙ୍ଗିବା ସହିତ ମୁଣ୍ଡ ରେ ଗଭୀର ଆଘାତ ହେଇଥିବାରୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି ।