ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କୁ ଗିରଫ ପ୍ରତିବାଦ ରେ ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କ ପାଖରେ ଦାବିପତ୍ର ପ୍ରଦାନ ।
ଭୁବନେଶ୍ୱର: ବଡ଼ ଖବର ର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାଶଙ୍କୁ ଗିରଫ କରାଯିବା ନେଇ ରାଜ୍ୟ ବ୍ୟାପି ପ୍ରତିବାଦ ଏବଂ ବିକ୍ଷୋଭ କରାଯାଉଛି । ଏହି ପରିପ୍ରେକ୍ଷିରେ ଆଜି ଓଡିଶା ଗ୍ରାମ୍ୟଞ୍ଚଳ ସାମ୍ବାଦିକ ସଂଘର ନେତୃତ୍ୱରେ ରାଜ୍ୟ ଗ୍ରାମ୍ୟଞ୍ଚଳ ସାମ୍ବାଦିକ ସଂଘର ସଭାପତି ରବିନାରାୟଣ ଚଳାନ, ରାଜ୍ୟ ଉପସଭାପତି ଗଣେଷ ବାଗ, ରାଜ୍ୟ ସମ୍ପାଦକ ତୁଳସୀରାମ ଛତ୍ରିଆ, ଓଡ଼ିଆ ଆଞ୍ଚଳିକ ସାମ୍ବାଦିକ ସଂଘ କଳାହାଣ୍ଡି ଜିଲ୍ଲା ସଭାପତି ରମେଶ କୁମାର ବେହେରା, ଜିଲ୍ଲା ଉପସଭାପତି ରଜନୀ କାନ୍ତ ଛତ୍ରିଆ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ହେମନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ନିକୁଞ୍ଜ ଚଲାନ, ସାମ୍ବାଦିକ ପରମାନନ୍ଦ ଠାକୁର, ସୁରେନ୍ଦ୍ର କୁମାର ନାଏକ, ସୁବାସ ବାଗ, ପରମାନନ୍ଦ ଛତ୍ରିଆ, ବୁଦ୍ଧିଜୀବୀ ଓ ଆଇନଜୀବୀ ମାନଙ୍କ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଧର୍ମଗଡ ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଗିରଫଦାରୀ କୁ ତିବ୍ର ନିନ୍ଦା କରିବା ସହିତ ବିନା କୌଣସି ସର୍ତ୍ତରେ ଶ୍ରୀ ଦାଶଙ୍କୁ ଖଲାସ କରା ଯିବାକୁ ଦାବି କରାଯାଇଛି l ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ସାମ୍ବାଦିକ ପ୍ରମୁଖ ଶୋଭାଯାତ୍ରାରେ ବାହାରି ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।


Yo, got the w567gamedownload and it’s pretty sweet! Easy install and loads of action. Get yours here w567gamedownload