ଏମିତି କରି ସେ କ’ଣ ପ୍ରଧାନମନ୍ତ୍ରୀ ହୋଇପାରିବେ : ଅମିତ ଶାହ
ଭୁବନେଶ୍ୱର : ଲାଲୁ ପ୍ରସାଦ ଯାଦବଙ୍କ କୋଳରେ ବସିବା ଲାଗି ‘ଜେଡି(ୟୁ)’ ମୁଖ୍ୟ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ‘ବିଜେପି’କୁ ଧୋକା ଦେଇଛନ୍ତି ବୋଲି ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଦୁଇଦିନିଆ ବିହାର ଗସ୍ତରେ ଯାଇଥିବା ଅମିତ ଶାହ ପୁର୍ଣ୍ଣିଆରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେଇ କହିଛନ୍ତି, ଲାଲୁ ପ୍ରସାଦ ଯାଦବଙ୍କ କୋଳରେ ବସିବା ଲାଗି ନୀତୀଶ କୁମାର ଆମ ସହିତ ବିଶ୍ବାସଘାତକତା କରିଛନ୍ତି। ସୀମାଞ୍ଚଳ ନୀତୀଶ କୁମାରଙ୍କୁ ଠିକଣା ଜବାବ ଦେବେ। ଏଭଳି କରି ନୀତୀଶ କ’ଣ ପ୍ରଧାନମନ୍ତ୍ରୀ ହୋଇପାରିବେ?
‘ଜେଡି(ୟୁ)-ଆର୍ଜେଡି’ କହୁଛନ୍ତି ଲଢ଼େଇ କରିବା ଲାଗି ମୁଁ ଏଠାକୁ ଆସିଛି। ମୁଁ ଏଠାକୁ ଲଢ଼େଇର ସୂତ୍ରପାତ କରିବା ପାଇଁ ଆସିନାହିଁ। ସେଥିପାଇଁ ଲାଲୁ ପ୍ରସାଦ ଯାଦବ ଯଥେଷ୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛତ୍ରଛାୟାରେ ଆମେ ଚିନ୍ତିତ ହେବା ଅନାବଶ୍ୟକ।
ଦିନେ ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତୀଶ କୁମାର ଲାଲୁ ପ୍ରସାଦ ଯାଦବଙ୍କ ‘ଆର୍ଜେଡି’ ସହିତ ମେଣ୍ଟ କରିଛନ୍ତି। ସେମାନେ ବିହାର ଏବଂ ତା’ର ଜନାଦେଶକୁ ଦଗା ଦେଇଛନ୍ତି ବୋଲି ଶାହ କହିଛନ୍ତି।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହ ପୁର୍ଣ୍ଣିଆର ଚୁନାପୁର ବାୟୁସେନା ଘାଟିରେ ଅବତରଣ କରି ବିଶାଳ ‘ଜନସଭା ରାଲି’ରେ ଉଦ୍ବୋଧନ ଦେବା ପାଇଁ ରଙ୍ଗଭୂମି ମୈଦାନକୁ ଯାଇଥିଲେ।
‘ଜନସଭା ରାଲି’ରେ ଉଦ୍ବୋଧନ ଦେଇ ସାରି ଅମିତ ଶାହ କିଷନ୍ଗଞ୍ଜ ଅଭିମୁଖେ ଯାଇଛନ୍ତି। ଅପରାହ୍ଣ ୪ଟା ବେଳେ ସେଠାରେ ସେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିପ୍ରେକ୍ଷୀ ବିଷୟରେ ସମସ୍ତ ସାଂସଦ, ବିଧାୟକ, ବିଧାନ ପରିଷଦ୍ ସଦସ୍ୟ ଏବଂ ସାଙ୍ଗଠନିକ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିବେ।


I gott thios site ftom myy ppal who informed mme oon thhe topic of this weebsite and noow thhis time I amm viisiting thuis
website aand reaading ery infrormative posdts
att thjis time. xnxx
Best experience so far! The bonuses are actually fair and the payout process is way faster than other sites I’ve tried. Cheers to phjlpgcasino!