ଗୋଟିଏ ଦିନରେ ଏକା ସାଙ୍ଗରେ ୨ଟି ଜାଗାରେ ଲୁଟେରାଙ୍କ ଆତଙ୍କ

ଗୋଟିଏ ଦିନରେ ଏକା ସାଙ୍ଗରେ ୨ଟି ଜାଗାରେ ଲୁଟେରାଙ୍କ ଆତଙ୍କ

ଭୁବନେଶ୍ୱର : ଆଜି ନୟାଗଡ଼ ଜିଲ୍ଲା ରଣପୁର ଓ ଗୋଡିପଡା ଅଞ୍ଚଳରେ ଘଟିଥିବା ଲୁଟେରାଙ୍କ ଆତଙ୍କରାଜ ଘଟଣା ଲୋକଙ୍କୁ ଭୟବିତ୍ତ ହେବାପାଇଁ ବାଧ୍ୟ କରିଛି l ଦିନ ଦ୍ବିପହରେ ବନ୍ଧୁକ ଦେଖାଇଲେ ଓ ବୋମା ପକାଇଲେ ଏବଂ ଲୁଟିନେଇ ଚାଲିଗଲେ ଲକ୍ଷାଧିକ ଟଙ୍କା ଏବଂ ଅଳଙ୍କାର l

ସୂଚନା ମୁତାବକ ଆଜି ଦିନ ପ୍ରାୟ ୧.୩0 ସମୟରେ ୩ ଜଣ ଲୁଟେରା ଧଳା ଓ ନୀଳ ରଙ୍ଗର ଆପାଚି ଗାଡ଼ିରେ ଆସି ପ୍ରଥମେ ଗୋଡିପଡା ବଜାରରେ ଥିବା ମହାଲକ୍ଷ୍ମୀ ଜୁଏଲାରୀ ଦୋକାନରେ ବୋମା ପକାଇ ସୁନା ଏବଂ ରୁପା ଅଳଙ୍କାର ଲୁଟିନେଇଥିଲେ | ଜୁଏଲାରୀ ମାଲିକଙ୍କ କହିବା ଅନୁସାରେ ଲୁଟ ହୋଇଥିବା ଅଳଙ୍କାରର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ୍ୟ ଟଙ୍କାରୁ ଅଧିକ ହେବ

|କିଛି ସମୟ ପରେ ରଣପୁର ଥାନା ଅନ୍ତର୍ଗତ ଡମସାହି ନିକଟରେ ଥିବା ଏସଆର ପେଟ୍ରୋଲ ପମ୍ପର କର୍ମଚାରୀ ମାନଙ୍କୁ ୩ ଜଣ ଲୁଟେରା ବନ୍ଧୁକ ଦେଖାଇ ୧ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟିନେଇଥିବା ଜଣା ପଡିଛି l

ଖବର ପାଇ ନୟାଗଡ ଅତିରିକ୍ତ ଏସପି ବିଦ୍ୟୁତ ପଣ୍ଡା, ଶରଣକୁଳ ଏସଡିପିଓ କିରଣ ହେମ୍ବ୍ରମ, ରଣପୁର ଆଇ. ଆଇ.ସି ନିହାର ରଞ୍ଜନ ମହାନ୍ତି ଓ ଶରଣକୁଳ ଥାନା ଆଇ.ଆଇ. ସି ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ରଣପୁର ଓ ଶରଣକୁଳକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯାଇଛି |

ଦିନ ଦ୍ବିପହରେ ମୁଖ୍ୟ ବଜାର ଉପରୁ ଏଭଳି ଲୁଟ ଘଟଣାରେ ସ୍ଥାନୀୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେବା ସହିତ ପୋଲିସର ପେଟ୍ରୋଲିଙ୍ଗ କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ | ତେବେ ଘଟଣାର ଅଭିଯୋଗ ପରେ ଉଭୟ ଶରଣକୁଳ ଏବଂ ରଣପୁର ଥାନାରେ ମାମଲା ରୁଜୁ କରାଯାଇଛି |

ims news

Leave a Reply

Your email address will not be published. Required fields are marked *