ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡାଇଦେଲେ ଗଜପତି

ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡାଇଦେଲେ ଗଜପତି

ଭୁବନେଶ୍ୱର : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିଥିବା ଜଣାପଡିଛି। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିନାହାନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହି ପ୍ରସଙ୍ଗକୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ବୈଠକରେ ଗଜପତି ମହାରାଜ ଏହାକୁ ଏଡ଼ାଇ ଦେଇଥିଲେ ।

ସେପଟେ ପରିଚାଳନା କମିଟି ଏଜେଣ୍ଡାରେ ଏହି ପ୍ରସଙ୍ଗ ନଥିବାରୁ ଆଲୋଚନା ହେଲାନି ବୋଲି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି । ତାଙ୍କ କହିବାନୁସାରେ ,୨୦୨୨ ଅଗଷ୍ଟ ୬ ତାରିଖର ବିବରଣୀ ଦୃଢ଼ୀକରଣ କରାଯାଇଛି । ନୀତି ସବ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟକୁ ପରିଚାଳନା କମିଟି ଗ୍ରହଣ କରିଛନ୍ତି। ଓଆରଏସଇସି ମାଧ୍ୟମରେ ଜଗନ୍ନାଥଙ୍କ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତାବକୁ ଗୃହୀତ କରାଯାଇଛି। ଆଦର୍ଶ ଗୁରୁକୁଳ ସୋସାଇଟି ରେଜିଷ୍ଟ୍ରସନ ପାଇଁ ବିର୍ଲା ସହ ବୁଝାମଣା ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ । ଏହାଛଡ଼ା ସେବକ ବାସଗୃହ ପ୍ରୋଜେକ୍ଟ ଉପରେ ଆଲୋଚନା ହୋଇଛି। ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ସେବକ ବାସଗୃହ ନିର୍ମାଣ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ims news

3 thoughts on “ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡାଇଦେଲେ ଗଜପତି

  1. My spouse and I stumbled over here different web address and thought I might as well check things out. I like what I see so i am just following you. Look forward to looking over your web page repeatedly.

  2. That is really attention-grabbing, You’re a very professional blogger. I’ve joined your rss feed and sit up for in search of more of your great post. Also, I’ve shared your website in my social networks!

Leave a Reply

Your email address will not be published. Required fields are marked *