ବୋମାମାଡ଼ରେ ଥରିଲା ରାଜଧାନୀ
ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁଣିଥରେ ରାଜଧାନୀ ଥରି ଉଠିଛି। ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଟକ ରୋଡ୍ସ୍ଥିତ ରେନ୍ ଦି କ୍ଲବ୍ ବାର୍ ଉପରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି। ଗୋଟେ କି ୨ଟା ନୁହେଁ, ବାର୍ ଉପରକୁ ଏକାବେଳେ ୪ଟି ବୋମାମାଡ଼ କରିଥିବା ଜଣାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏ ସଂପର୍କରେ ବାର୍ ମାଲିକ ସତ୍ୟ ମହାନ୍ତି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।
ବାର୍ ମାଲିକଙ୍କ ସୂଚନା ମୁତାବକ, ରାତି ପ୍ରାୟ ୧୧ଟାରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ବାର୍ ସାମ୍ନାରେ ଛିଡ଼ା ହୋଇଥିଲେ। ୫ ମିନିଟ୍ ପରେ ସେମାନେ ଅତର୍କିତ ଭାବେ ବାର୍ ଉପରକୁ ବୋମାମାଡ଼ କରିଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପ୍ରାଣ ବିକଳରେ ସ୍ଥାନୀୟ ଲୋକେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। ବାର୍ ମାଲିକଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ଦାଦାବଟି ଆଦାୟକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିଲା। ଆଜି ମଧ୍ୟ ସେହି କାରଣରୁ ତାଙ୍କ ବାର୍ ଉପରକୁ ବୋମାମାଡ଼ ହୋଇଛି ବୋଲି ସେ ସନ୍ଦେହ କରୁଛନ୍ତି।
ପାର୍ବଣ ପାଇଁ ଅପରାଧୀ ଉପରମୁହାଁ ହୋଇଥିବାରୁ ରାଜଧାନୀରେ ଗତ କିଛି ଦିନ ହେଲା ଅଶାନ୍ତି ଲାଗି ରହିଛି। ଅପରପକ୍ଷେ ଅପରାଧୀଙ୍କୁ ସାବାଡ୍ କରିବା ପାଇଁ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଆଜି ସଂଧ୍ୟାରେ ମଧ୍ୟ ଡିସିପି ପ୍ରତୀକ ସିଂହ କଟକ ରୋଡ୍ରେ ପାଟ୍ରୋଲିଂ କରିଥିଲେ। କିନ୍ତୁ ଅପରାଧୀମାନେ ଏପରି କାଣ୍ଡ ଘଟାଇ ପୁଲିସ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।


I’ve been absent for some time, but now I remember why I used to love this web site. Thanks, I’ll try and check back more frequently. How frequently you update your website?
The bonuses for new players are actually generous. I felt welcomed from the moment I signed up. Check out phkkjili for some great promos.
Very professional setup and the promotions are actually rewarding. I feel like a valued player every time I log in. Cheers to brbetfalcons
Finally found a site that doesn’t lag during peak hours. The game selection is solid and the bonuses actually feel fair. Great spot for some weekend fun! ph777ny
The community here is great and the odds are very competitive. I’ve had a few big wins already this week. Check out idmamajitu for a solid gaming experience.