ବୋମାମାଡ଼ରେ ଥରିଲା ରାଜଧାନୀ

ବୋମାମାଡ଼ରେ ଥରିଲା ରାଜଧାନୀ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁଣିଥରେ ରାଜଧାନୀ ଥରି ଉଠିଛି। ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ କଟକ ରୋଡ୍‌ସ୍ଥିତ ରେନ୍‌ ଦି କ୍ଲବ୍ ବାର୍‌ ଉପରେ ବୋମାମାଡ଼ କରି ଆତଙ୍କ ସୃଷ୍ଟି କରିଛନ୍ତି। ଗୋଟେ କି ୨ଟା ନୁହେଁ, ବାର୍‌ ଉପରକୁ ଏକାବେଳେ ୪ଟି ବୋମାମାଡ଼ କରିଥିବା ଜଣାଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏ ସଂପର୍କରେ ବାର୍‌ ମାଲିକ ସତ୍ୟ ମହାନ୍ତି ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

ବାର୍ ମାଲିକଙ୍କ ସୂଚନା ମୁତାବକ, ରାତି ପ୍ରାୟ ୧୧ଟାରେ ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ବାର୍ ସାମ୍ନାରେ ଛିଡ଼ା ହୋଇଥିଲେ। ୫ ମିନିଟ୍ ପରେ ସେମାନେ ଅତର୍କିତ ଭାବେ ବାର୍‌ ଉପରକୁ ବୋମାମାଡ଼ କରିଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ପ୍ରାଣ ବିକଳରେ ସ୍ଥାନୀୟ ଲୋକେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। ବାର୍ ମାଲିକଙ୍କ ଅଭିଯୋଗ ଅନୁସାରେ, ପୂର୍ବରୁ ଦାଦାବଟି ଆଦାୟକୁ କେନ୍ଦ୍ର କରି ତାଙ୍କୁ ଆକ୍ରମଣ କରାଯାଇଥିଲା। ଆଜି ମଧ୍ୟ ସେହି କାରଣରୁ ତାଙ୍କ ବାର୍‌ ଉପରକୁ ବୋମାମାଡ଼ ହୋଇଛି ବୋଲି ସେ ସନ୍ଦେହ କରୁଛନ୍ତି।

ପାର୍ବଣ ପାଇଁ ଅପରାଧୀ ଉପରମୁହାଁ ହୋଇଥିବାରୁ ରାଜଧାନୀରେ ଗତ କିଛି ଦିନ ହେଲା ଅଶାନ୍ତି ଲାଗି ରହିଛି। ଅପରପକ୍ଷେ ଅପରାଧୀଙ୍କୁ ସାବାଡ୍‌ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଆଜି ସଂଧ୍ୟାରେ ମଧ୍ୟ ଡିସିପି ପ୍ରତୀକ ସିଂହ କଟକ ରୋଡ୍‌ରେ ପାଟ୍ରୋଲିଂ କରିଥିଲେ। କିନ୍ତୁ ଅପରାଧୀମାନେ ଏପରି କାଣ୍ଡ ଘଟାଇ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

ims news

10 thoughts on “ବୋମାମାଡ଼ରେ ଥରିଲା ରାଜଧାନୀ

  1. Great beat ! I would like to apprentice while you amend your site, how can i subscribe for a blog web site? The account helped me a acceptable deal. I had been tiny bit acquainted of this your broadcast offered bright clear concept

  2. Those are yours alright! . We at least need to get these people stealing images to start blogging! They probably just did a image search and grabbed them. They look good though!

  3. Thank you a lot for sharing this with all of us you really recognise what you’re speaking approximately! Bookmarked. Please also discuss with my website =). We will have a link change agreement between us!

  4. This is the right blog for anyone who wants to find out about this topic. You realize so much its almost hard to argue with you (not that I actually would want…HaHa). You definitely put a new spin on a topic thats been written about for years. Great stuff, just great!

  5. Oh my goodness! a tremendous article dude. Thanks Nonetheless I am experiencing situation with ur rss . Don’t know why Unable to subscribe to it. Is there anyone getting equivalent rss problem? Anyone who is aware of kindly respond. Thnkx

Leave a Reply

Your email address will not be published. Required fields are marked *