କାହିଁକି କପିଲ୍‌ଙ୍କ ଶୋ’କୁ ଆସିଲେ ନାହିଁ ଐଶ୍ଵର୍ଯ୍ୟା ?

କାହିଁକି କପିଲ୍‌ଙ୍କ ଶୋ’କୁ ଆସିଲେ ନାହିଁ ଐଶ୍ଵର୍ଯ୍ୟା ?

ଭୁବନେଶ୍ୱର : ଦୀର୍ଘ ବର୍ଷ ପରେ ଐଶ୍ୱର୍ଯ୍ୟା ରାୟ ବଡ ପରଦାକୁ ଫେରୁଛନ୍ତି। ତାହା ପୁଣି ମଣି ରତ୍ନମଙ୍କ ଫିଲ୍ମ ପୋନିୟିନ୍ ସେଲଭାନ୍‌ରେ ନଜର ଆସିବେ । କୁହାଯାଉଛି ଯେ ଏହି ଫିଲ୍ମ ୫୦୦ କୋଟି ବଜେଟରେ ନିର୍ମିତ ହେଉଛି । ଯେଉଁଥିରେ ଐଶ୍ୱର୍ଯ୍ୟା ରାୟଙ୍କର ଦୁଇଟି ଭୂମିକା ରହିବ। ସେ ଏକ ଦୃଢ ଭୂମିକାରେ ନଜର ଆସିବେ। ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ହେଉଛନ୍ତି ଏକମାତ୍ର ବଲିଉଡ ଷ୍ଟାର। ଯିଏ ଦକ୍ଷିଣର ତାରକାମାନଙ୍କ ସହିତ ଅଭିନୟ କରୁଛନ୍ତି । ଏପରି ପରିସ୍ଥିତିରେ, ଦି କପିଲ ଶର୍ମା ଶୋ’ରେ ଫିଲ୍ମର ପୁରା ଟିମ୍‌ ପ୍ରମୋସନ ପାଇଁ ଯାଇଥିଲା। ଯାହାର ପ୍ରୋମୋ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଐଶ୍ୱର୍ଯ୍ୟା ଏଥିରେ ଦେଖିବାକୁ ମିଳି ନାହାନ୍ତି।

ଏଥର ସାଉଥ ଷ୍ଟାର ବିକ୍ରମ, ଶୋଭିତା ଧୁଲିପାଲ, ତ୍ରିଶା କୃଷ୍ଣନ, କାର୍ତ୍ତି ଏବଂ ଜୟମ ରବି ଶୋ’ରେ ପହଞ୍ଚି ଥିବାବେଳେ। କିନ୍ତୁ ଐଶ୍ୱର୍ଯ୍ୟାଙ୍କୁ ଏହି ପ୍ରମୋରେ ଦେଖିବାକୁ ମିଳି ନାହାନ୍ତି । ଏଭଳି ପରିସ୍ଥିତିରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତ ସାଉଥ କଳାକାର ଫିଲ୍ମର ପ୍ରମୋସନ୍ ପାଇଁ ହିନ୍ଦି ଶୋ’ରେ ପହଞ୍ଚିଥିଲେ, କିନ୍ତୁ ଐଶ୍ୱର୍ଯ୍ୟା କପିଲଙ୍କ ଶୋ’କୁ କାହିଁକି ଆସିଲେ ନାହିଁ। ଯେତେବେଳେ ସେ ସାଉଥରେ ଫିଲ୍ମର ପ୍ରମୋସନ କରୁଛନ୍ତି ।

ପୋନିୟିନ୍ ସେଲଭାନ୍ ୩୦ ସେପ୍ଟେମ୍ବର ଅର୍ଥାତ୍ ଦୁଇ ଦିନ ପରେ ମୁକ୍ତିଲାଭ କରିବାକୁ ଯାଉଛି। ଦୀର୍ଘ ଦିନ ଧରି ଏହି ଚଳଚ୍ଚିତ୍ର ବିଷୟରେ ଅନେକ ଆଲୋଚନା ହୋଇଛି । ବିଶେଷକରି ଏହାର ବଜେଟ୍ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛି। ଏହା ବିଶେଷ କରି ଚୋଳ ରାଜବଂଶ ଉପରେ ଆଧାରିତ ।

ims news

Leave a Reply

Your email address will not be published. Required fields are marked *