ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ଜୀବନ
ଭୁବନେଶ୍ୱର : ଡାକ୍ତରଙ୍କ ଅବହେଳା ପାଇଁ ରୋଗୀ ମୃତ୍ୟୁ ଅଭିଯୋଗ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏନେଇ ମୃତକଙ୍କ ପରିବାର ପକ୍ଷରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ବିଂଝାରପୁର ଅଂଚଳର ରୋଗୀ ରବିନାରାୟଣ ଜେନା ୧୭ ତାରିଖ ବିଳମ୍ବିତ ରାତିରେ ଭର୍ତ୍ତି ହୋଇଥିଲେ। ତେବେ ରୋଗୀ ଝାଡାବାନ୍ତି ହେଉଥିବାରୁ ତାଙ୍କୁ ଆଡମିଶନ କରାଯାଇଥିଲା। ସେଠାରେ ଗୋଟିଏ ଇଂଜେକସନ ଦେବା ପରେ ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ଘରକୁ ନେଇଯିବାକୁ କହି ବିଦା କରି ଦେଇଥିଲେ। ତେବେ ରୋଗୀ ଘରକୁ ଯିବା ବାଟରେ ହିଁ ଗୁରୁତର ହେବାରୁ ପରିବାର ପକ୍ଷରୁ ପୁଣିଥରେ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଡାକ୍ତରଙ୍କ ଅବହେଳା ପାଇଁ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏହି ଘଟଣା ମେଡିକାଲ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।


X03betgame is alright, Nothing special but entertaining to be sure. Check it all out, here: x03betgame
It¦s actually a nice and useful piece of information. I¦m glad that you just shared this useful information with us. Please keep us informed like this. Thank you for sharing.
I simply could not leave your site before suggesting that I really loved the usual information a person provide to your guests? Is gonna be back frequently in order to inspect new posts