ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ମେଧା ସମ୍ମାନ

ମାଟ୍ରିକ ଟପ୍ପରଙ୍କୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ମେଧା ସମ୍ମାନ

ଭୁବନେଶ୍ୱର (ନମିତା ପଣ୍ଡା): ଭୁବନେଶ୍ୱର ଝିଅ ଶ୍ରେୟାସୀ ଜେନା ମାଟ୍ରିକ ଟପ୍ପର ହୋଇଥିବାରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି ପ୍ରଦାନ କରାଯାଇଛି | ଏବଂ ତା’ସହିତ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି |

ସିଙ୍ଗାପୁରରେ ରହୁଥିବା ଆନନ୍ଦପୁର ବ୍ଲକ ସ୍ଥିତ ଫକୀରପୁର ଗ୍ରାମ ନିବାସୀ ସତ୍ୟ ସୁତାରଙ୍କ ତରଫରୁ ଏହି ମେଧାବୃତ୍ତି ପ୍ରଦାନ କରାଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଇନଜିବୀ ଧରଣୀଧର ନାୟକ ଯୋଗଦେଇ ସମାଜ ଗଠନରେ ଶିକ୍ଷାକୁ ଆଗେଇ ନେବାରେ ସତ୍ୟ ସୁତାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ | ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ରବି ଶର୍ମା ଯୋଗଦେଇ ଶିକ୍ଷା ଦ୍ୱାରା ସାମାଜିକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗୁରୁତ୍ୱାରୋପ କରିଥିଲେ | ଏବଂ ସମ୍ମାନୀୟା ଅତିଥି ଭାବେ ସମାଜସେବି ନମ୍ରତା ଚଡ୍ଡା କହିଥିଲେ ଯେ ଶିକ୍ଷା ହିଁ ସମାଜଗଠନରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ |

ims news

Leave a Reply

Your email address will not be published. Required fields are marked *