ରଜରେ ପରଦାକୁ ଆସିବେ ସମ୍ବିତ- ସମ୍ଭାବନା ଯୋଡ଼ି

ରଜରେ ପରଦାକୁ ଆସିବେ ସମ୍ବିତ- ସମ୍ଭାବନା ଯୋଡ଼ି

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ସିନେମା ‘ବିଶ୍ବନାଥ‌’ର ଅଡିଓ ଆମର ମ୍ୟୁଜିକ୍‌ ଦ୍ବାରା ରିଲିଜ୍ ହୋଇଛି ଭୁବନେଶ୍ୱର ମେ ଫେୟାର ହୋଟେଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଏହି ଅଡିଓ ରିଲିଜ୍ ହୋଇଛି। ବ୍ୟୟବହୁଳ ଏହି ଚଳଚ୍ଚିତ୍ରର ଦୃଶ୍ୟାୟନର ସୁଟିଂ ପ୍ରାୟ ଗୋଆ, ସିକିମ୍ ଏବଂ ହାଇଦ୍ରାବାଦରେ କରାଯାଇଛି। ମେଲୋଡି କିଂଗ୍ ଅଭିଜିତ୍ ମଜୁମଦାର୍ ଏବଂ ସମସ୍ତ କଣ୍ଠଶିଳ୍ପୀ ସଂଗୀତ ପରିବେଷଣ କରି କାର୍ଯ୍ୟକ୍ରମକୁ ଆହୁରି ରଙ୍ଗାରଙ୍ଗ କରିଥିଲେ। ଏହାର ସମସ୍ତ ଗୀତ କେବଳ‌ ଆମର ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ୍‌ରେ ଦର୍ଶକମାନେ ଦେଖିପାରିବେ।
ବୋବିଲି କିରଣଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ନାୟକ ଭୁମିକାରେ ସମ୍ବିତ ଏବଂ ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ସଂଭାବନା। ଅନ୍ୟମାନଙ୍କ ମଧ୍ୟରେ ରାଇ ମୋହନ ପରିଡ଼ା, ମିହିର ଦାସ, ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଛନ୍ତି। ସିନେମାର ଗୀତ ଗୁଡିକ ବେଶ ମନଛୁଆଁ ହୋଇଛି। ନିର୍ମଳ ନାୟକ ଓ ବାପୁ ଗୋସ୍ବାମୀଙ୍କ ଗୀତଗୁଡ଼ିକର ସ୍ବର ସଂଯୋଜନା କରିଛନ୍ତି ଅଭିଜିତ୍ ମଜୁମଦାର। ହ୍ୟୁମାନ ସାଗର, ସ୍ବୟମ୍ ପାଢୀ, ରାଜ ନନ୍ଦିନୀ ପଣ୍ଡା, ସୋହିନୀ ମିଶ୍ର, ଋତୁରାଜ ମହାନ୍ତି, ଜାଗୃତି ମିଶ୍ର ପ୍ରମୁଖ ଏସବୁ ଗୀତରେ କଣ୍ଠଦାନ କରିଛନ୍ତି। ଆଗାମୀ ରଜପର୍ବ ଅବସରରେ ଚଳଚ୍ଚିତ୍ର ‘ବିଶ୍ବନାଥ‌’ ପରଦାକୁ ଆସିବ ବୋଲି ଜଣାପଡ଼ିଛି। ଏକ ମୌଳିକ କାହାଣୀ ସହ ଏଥିରେ ଭରପୂର ରହସ୍ୟ ରୋମାଞ୍ଚ ଓ ଆକ୍ସନ୍ ଭରି ରହିଛି ଏହି ସିନେମାରେ। ସମ୍ବିତ- ସମ୍ଭାବନା ବଡ଼ ପରଦାରେ ଉଭୟଙ୍କ ଯୋଡି ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

ims news

2 thoughts on “ରଜରେ ପରଦାକୁ ଆସିବେ ସମ୍ବିତ- ସମ୍ଭାବନା ଯୋଡ଼ି”

  1. [4119]ww88 | Link vào chính thức và hướng dẫn chơi baccarat,Truy cập ww88 để nhận link vào chính thức, hỗ trợ tải app ww88 nhanh chóng và hướng dẫn nạp tiền qua Momo tiện lợi. Tham gia sảnh game ngay hôm nay. visit: ww88

  2. [9174]j55bet Login at Download APK | Legit Slot Games via GCash,Mag-login sa j55bet para sa legit slot games gcash. Alamin din kung paano maglaro ng baccarat at i-enjoy ang mabilis na online casino payout gcash. Sali na! visit: j55bet

Leave a Reply

Your email address will not be published. Required fields are marked *