ବର୍ମିଙ୍ଗ୍ହାମ ବାହାରିଲା ଭାରତୀୟ ଦଳ, ଓଡ଼ିଶାରୁ ୪ ଜଣ
ଭୁବନେଶ୍ୱର: ଚଳିତ ମାସ ୨୮ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବର୍ମିଙ୍ଗ୍ହାମରେ ଆୟୋଜିତ ହେବାକୁ ଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଗୁରୁବାର ଭାରତ ଏକ ୨୧୫ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୧୦୮ ପୁରୁଷ ଏବଂ ୧୦୭ ମହିଳା ସାମିଲ ଅଛନ୍ତି। ମୋଟ ୧୬ ଶୃଙ୍ଖଳରେ ଭାରତୀୟ ପ୍ରତିଯୋଗୀମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ପ୍ରତିଯୋଗୀଙ୍କ ବ୍ୟତୀତ ଅଧିକାରୀ (୭୨ ଅଫିସିଆଲ, ୨୬ ଅତିରିକ୍ତ ଅଫିସିଆଏ, ୯ କଣ୍ଟିଜେଣ୍ଟ ଅଫିସିଆଲ ଓ ୩ ମହାପ୍ରବନ୍ଧକ)ମାନଙ୍କୁ ମିଶାଇ ମୋଟ ୩୨୫ ଜଣିଆ ପ୍ରତିନିଧିମଣ୍ଡଳୀ ବର୍ମିଙ୍ଗ୍ହାମ୍ ଯିବେ ବୋଲି ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) କାର୍ଯ୍ୟକାରୀ ସଭାପତି ଅନିଲ ଖାନ୍ନା କହିଛନ୍ତି। ଏହି କ୍ରୀଡ଼ାରେ ଭାରତ ମଧ୍ୟ ମହିଳା କ୍ରିକେଟ୍ରେ ଅଂଶଗ୍ରହଣ କରିବ। ଯାହାକି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦାର୍ପଣ କରିବ। ଅନ୍ୟପକ୍ଷରେ ଜଳକ୍ରୀଡ଼ା, ବ୍ୟାଡ୍ମିଣ୍ଟନ, ଟେବୁଲ ଟେନିସ, ମୁଷ୍ଟିଯୁଦ୍ଧ, ସାଇକ୍ଲିଂ, ଜିମ୍ନାଷ୍ଟିକ୍ସ, ଟ୍ରାଏଥଲନ୍, କୁସ୍ତି, ଭାରୋତ୍ତୋଳନ, ଲନ୍ ବାଉଲସ, ସ୍କ୍ବାସ୍, ଜୁଡୋ ଏବଂ ପାରା ସ୍ପୋର୍ଟସରେ ଭାରତ ପ୍ରତିନିଧିତ୍ବ କରିବ। ଜାଭେଲିନ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା ଉଦ୍ଘାଟନୀ ସମାରୋହରେ ତ୍ରିରଙ୍ଗା ଧରିବେ ବୋଲି ଗୁରୁବାର ବର୍ମିହାମ୍ ଅଭିମୁଖେ ବାହାରିଥିବା ଦଳକୁ ଶୁଭେଚ୍ଛା ଜଣାଇବା ଅବସରରେ ଖାନ୍ନା ସୂଚନା ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ। ଏଠାରେ ସୂଚନାଯୋଗ୍ୟ, ଭାରତ ଏପର୍ଯ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ୨୮ ପଦକ ଅମଳ କରିଛି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳରୁ ୪ ଜଣ ଓଡ଼ିଆ ଖେଳାଳିଙ୍କ ପ୍ରତିନିଧିତ୍ବ ରହିବ। ସେମାନଙ୍କ ମଧ୍ୟରେ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ (୪ ଗୁଣା ୧୦୦ ମିଟର ରିଲେ ଦୌଡ଼), ଦିପଗ୍ରେସ୍ ଏକ୍କା (ମହିଳା ହକି) ଏବଂ ଅମିତ ରୋହିଦାସ (ପୁରୁଷ ହକି) ସାମିଲ ଅଛନ୍ତି।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଦଳର ଚିଫ୍ ଡି ମିସନ ପାଇଁ ଓଁକାର ସିଂହ ଅଲିମ୍ପିକ୍ ସଂଘର ପ୍ରଥମ ପସନ୍ଦ ରହିଥିଲା ବେଳେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ଦାୟିତ୍ବ ନେବାକୁ ଅମଙ୍ଗ ହୋଇଥିଲେ। ଏନେଇ ସେ ସଂଘର କାର୍ଯ୍ୟକାରୀ ସଭାପତି ଖାନ୍ନାଙ୍କୁ ଅବଗତ କରାଇବା ପରେ ତାଙ୍କ ବଦଳରେ ହିମାଚଳ ପ୍ରଦେଶ ଅଲିମ୍ପିକ୍ ସଂଘ ସଂପାଦକ ତଥା ଭାରତୀୟ ମୁଷ୍ଟିଯୁଦ୍ଧ ସଂଘର ଉପସଭାପତି ରାଜେଶ ଭଣ୍ଡାରୀଙ୍କୁ ଚିଫ୍ ଡି ମିସନ ନିଯୁକ୍ତ କରାଯାଇଛି। ଓଡ଼ିଶାର ବିଭୂକଲ୍ୟାଣ ନାୟକ ଦଳର ଡାକ୍ତର ନିଯୁକ୍ତ ହୋଇଛନ୍ତି। ସେ ଏହା ପୂର୍ବରୁ ୨୦୧୮ ହକି ବିଶ୍ବକପ୍, ଏଫ୍ଆଇଏଚ୍ ପ୍ରୋ-ଲିଗ୍ ଏବଂ ଟୋକିଓ ଅଲିମ୍ପତକ୍ସରେ ମଧ୍ୟ ଭାରତୀୟ ହକି ଦଳର ଡାକ୍ତର ନିଯୁକ୍ତ ହୋଇଥିଲେ।
ପଦକ ବିଜେତାଙ୍କ ପାଇଁ ଆଇଓଏ ପୁରସ୍କାର ଘୋଷଣା କରିଛି। ସ୍ବର୍ଣ୍ଣ ପଦକ ପାଇଁ ୨୦, ରୌପ୍ୟ ପାଇଁ ୧୦ ଏବଂ କାଂସ୍ୟ ପାଇଁ ୭.୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ଆଇଓଏ ମହାସଚିବ ରାଜୀବ ମେହେଟ୍ଟା ଗୁରୁବାର ଘୋଷଣା କରିଛନ୍ତି।


Found this place through a friend and it did not disappoint. The bonuses are actually fair and easy to claim on bdok999.