ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ, କେବଳ ଖୋର୍ଦ୍ଧାରୁ ୩୭୧ ପଜିଟିଭ
ଭୁବନେଶ୍ୱର : ଓଡିଶାରେ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି କରୋନା ସଂକ୍ରମଣ | ସୂଚନାନୁସାରେ ରାଜ୍ୟରେ ୨୪ ଘଣ୍ଟାରେ ୯୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୫୫୩ ଜଣ ଚି଼ହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରୁ ୩୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୧୦ ଜଣ ଆକ୍ରାନ୍ତ ରହିଥିବା ଜଣା ପଡିଛି । ଆଜି ଖୋର୍ଦ୍ଧାରୁ ସର୍ବାଧତ୍କ ୩୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୭୩ କୁ ବୃଦ୍ଧି ପାଇଛି ।
ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨, ବାଲେଶ୍ୱରରୁ ୫, ବରଗଡ଼ରୁ ୯ , ଭଦ୍ରକରୁ ୬, ବଲାଙ୍ଗିରରୁ ୧୨,ବୌଦ୍ଧରୁ ୧୨,କଟକରୁ ୭୫, ଦେବଗଡ଼ରୁ ୩, ଢ଼େଙ୍କାନାଳରୁ ୨, ଗଜପତିରୁ ୯,ଗଞ୍ଜାମରୁ ୪, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୧୮, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨, ମୟୂରଭଂଜରୁ ୩୨, ନବରଙ୍ଗପୁରରୁ ୩, ନୟାଗଡରୁ ୨୭, ନୂଆପଡ଼ାରୁ ୭, ପୁରୀରୁ ୨୦, ରାୟଗଡ଼ା ୧୫, ସମ୍ବଲପୁରରୁ ୫୩, ସୋନପୁରରୁ୩୭, ସୁନ୍ଦରଗଡରୁ ୧୦୩, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କରୋନା ସଂକ୍ରମଣ ବୃଦ୍ଧି କୁ ଦେଖି ସଜାଗ ହୋଇଛି ପ୍ରଶାସନ | ତେଣୁ ମାସ୍କ ଚେକିଙ୍ଗ କଡାକଡି କରାଯିବା ସହ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଇଛି | ଏପଟେ ବ୍ୟପକ ଟୀକା କରଣ କରିବା ପାଇଁ ପ୍ରସ୍ତୁତ ହେଉଛି ଭୁବନେଶ୍ୱର ବି.ଏମ.ସି |


Similar to the last one, Kulisbetpatner seems to be doing some interesting things in the partnership space. Might be worth connecting with if you’re looking for collaboration opportunities: kulisbetpatner