ଏସ୍ସିବିରେ ଖୁବ୍ଶୀଘ୍ର ଆରମ୍ଭ ହେବ ରାଜ୍ୟର ଦ୍ବିତୀୟ ମଦର୍ ମିଲ୍କ ବ୍ୟାଙ୍କ
ଭୁବନେଶ୍ୱର: ପରିତ୍ୟକ୍ତ ଅଥବା ମା ଛେଉଣ୍ଡ ଶିଶୁ ଆଉ ମା କ୍ଷୀରରୁ ବଂଚିତ ହେବେନି। ଏଥିପାଇଁ ଏସ୍ସିବିରେ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି ମଦର୍ ମିଲ୍କ ବ୍ୟାଙ୍କ |
ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଉପରମହଲାରେ ତିଆରି ହୋଇଥିବା ବ୍ୟାପକ ସ୍ତନ୍ୟପାନ ପରିଚାଳନା କେନ୍ଦ୍ରରେ ୫୦ରୁ ୬୦ଜଣ ମା ପ୍ରତ୍ୟେକ ଦିନ ସେମାନଙ୍କ କ୍ଷୀରକୁ ସଂରକ୍ଷିତ ରଖିପାରିବେ। ଏଥିପାଇଁ ୨୫ଲକ୍ଷ ଟଙ୍କା ବ୍ୟୟରେ କେନ୍ଦ୍ର ତିଆରି କରାଯାଇଥିବା ବେଳେ ୨୨ଲକ୍ଷ ଟଙ୍କାର ଉପକରଣ ରଖାଯାଇଛି। ଏହି କେନ୍ଦ୍ରର କାମ ସରିଆସିଥିବା ବେଳେ ଖୁବ୍ଶୀଘ୍ର ଏହାର ଲୋକାର୍ପଣ କରାଯିବ।
ଶିଶୁରୋଗ ବିଭାଗୀୟ ମୁଖ୍ୟଙ୍କ ଅଧୀନରେ ମଦର ମିଲ୍କ ବ୍ୟାଙ୍କ ପରିଚାଳିତ ହେବ। ଏହା କାର୍ଯ୍ୟକ୍ଷମ ହେଲେ ରାଜ୍ୟର ୨ୟ ମଦର ମିଲ୍କ ବ୍ୟାଙ୍କ ଭବେ ଏହା ମାନ୍ୟତା ପାଇବ। ପୂର୍ବରୁ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ମଦର ମିଲ୍କ ବ୍ୟାଙ୍କ ରହିଛି।
ଏହି ମଦର ମିଲ୍କ ବ୍ୟାଙ୍କ ପାଇଁ ମାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଅଧିକରୁ ଅଧିକ ମା କିପରି କ୍ଷୀର ଏହି ବ୍ୟାଙ୍କକୁ ଦେବେ ସେ ଦିଗରେ ସଚେତନତା ସୃଷ୍ଟି କରାଯିବ। ଏହା ଅନାଥ ଆଉ ପରିତ୍ୟକ୍ତ ଶିଶୁଙ୍କ ପାଇଁ ବରଦାନ ସଦୃଶ ହେବ।


I have been reading out a few of your articles and i must say pretty good stuff. I will definitely bookmark your site.
There is noticeably a bundle to know about this. I assume you made certain nice points in features also.
BetPK Casino… gave it a shot. Selection of games was alright, nothing super special but enough to keep me occupied. Give it a whirl, might find something you like: betpkcasino.com
Thank you so much for giving everyone remarkably nice opportunity to check tips from this website. It really is very pleasing and also full of a good time for me personally and my office acquaintances to search the blog on the least 3 times weekly to read the new secrets you will have. And indeed, we’re usually contented with all the terrific pointers you serve. Selected 1 tips in this post are indeed the finest I have had.
F*ckin’ awesome things here. I’m very glad to see your article. Thanks a lot and i’m looking forward to contact you. Will you please drop me a e-mail?