ଯୌତୁକ ଜୁଇରେ ନବବଧୂ ସୁପ୍ରିୟା, ସ୍ବାମୀ ଗିରଫ୍ ।
ଭୁବନେଶ୍ୱର: ଯୌତୁକ ଜୁଇରେ ନବବଧୂ ସୁପ୍ରିଆ । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଜନ୍ମ ଜନ୍ମ ପାଇଁ ସ୍ୱାମୀ ପ୍ରତାପର ହାତ ଧରିଥିଲା ସୁପ୍ରିଆ । ହେଲେ ଆଜି ଯୌତୁକ ପାଇଁ ସେଇ ନବବଧୂର ଜୀବନ ଯାଇଛି । ସ୍ୱାମୀ ସମେତ ଶାଶୁ, ପିଇସିଶାଶୁ ଓ ନଣଦ ପ୍ରମୁଖ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ବାହାରପାଳ ଗାଁରେ । ମୃତ ନବବଧୂ ପ୍ରତାପ ପାଢୀଙ୍କ ସ୍ତ୍ରୀ ସୁପ୍ରିୟା ପାଢୀ ବୋଲି ଜଣା ଜଣା ପଡ଼ିଛି । ଚଳିତ ବର୍ଷ ଫେବୃଆରୀ ମାସ ୬ ତାରିଖରେ ତିହିଡି ଥାନାଧିନ ଶଙ୍ଖିଡା ଗାଁର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିଆ ବୈଦିକ ରୀତିନୀତିରେ ଯାନି ଯୌତୁକ ସହିତ ପ୍ରତାପ ପାଢୀଙ୍କୁ ବିବାହ କରିଥିଲେ । ମାତ୍ର ବିବାହର କିଛିଦିନ ପରେ ସ୍ୱାମୀ ସମେତ ପରିବାର ଲୋକେ ଯୌତୁକ ଜନିତ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ସେମାନେ ସୁପ୍ରିୟାର ବ୍ୟବହୃତ ମୋବାଇଲକୁ ମଧ୍ୟ ପିଟି ପିଟି ଭାଙ୍ଗି ଦେଇଛନ୍ତି । ତିହିଡି ମେଡିକାଲରେ ସୁପ୍ରିଆକୁ ଭର୍ତ୍ତି କରାଯାଇଛି ବୋଲି ଖବର ପାଇ ବାପଘର ଲୋକେ ଆସି ଦେଖନ୍ତି ତ ସେ ଆଉ ଜୀବନରେ ନାହିଁ । ଶୋଇବା ଘରେ ଫ୍ୟାନ୍ ରେ ରଶି ଲଗାଇ ସୁପ୍ରିଆ ଆତ୍ମହତ୍ୟା କରିଥିବା ଶ୍ବଶୁର ଘରଲୋକଙ୍କ ବୟାନକୁ ବାପ ଘରଲୋକେ ଅସ୍ୱିକାର କରିବା ସହିତ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି । ମୃତକଙ୍କ ବାପା ବୁଦ୍ଧିରାମ ପାଢୀଙ୍କ ଅଭିଯୋଗ ମୂଳେ କେଶ୍ ନମ୍ବର୍ ୧୦୯/୨୨, ଦଫା ୩୦୨, ୩୦୪(ବି), ୪୯୮(ଏ) ଓ ଆଇପିସି ଧାରା ୩୪ରେ ପୋଲିସ୍ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।ସ୍ୱାମୀ ପ୍ରତାପ ପାଢ଼ୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।


Tylekeo188bet, haven’t used it much but my buddy swears by it for soccer bets. He says the odds are usually pretty good. Worth checking if you’re into that type of thing. tylekeo188bet
88ppbet, feels like a lucky number! Hoping for some serious payouts tonight. Tell me if you win big! Check it out at 88ppbet
Casinomxgood is the real deal. Played for hours and lost most of it lol. Still fun tho. See the casino games here: casinomxgood
Asinoinbet’s got a decent vibe going on. Little bit of everything, from sports bets to casino games. I’m mainly a slots guy but their sportsbook looked pretty comprehensive. A little more clarity on the bonus requirements would be helpful. Give it a look for yourself: asinoinbet.