ଯୌତୁକ ଜୁଇରେ ନବବଧୂ ସୁପ୍ରିୟା, ସ୍ବାମୀ ଗିରଫ୍ ।

ଯୌତୁକ ଜୁଇରେ ନବବଧୂ ସୁପ୍ରିୟା, ସ୍ବାମୀ ଗିରଫ୍ ।

ଭୁବନେଶ୍ୱର: ଯୌତୁକ ଜୁଇରେ ନବବଧୂ ସୁପ୍ରିଆ । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଜନ୍ମ ଜନ୍ମ ପାଇଁ ସ୍ୱାମୀ ପ୍ରତାପର ହାତ ଧରିଥିଲା ସୁପ୍ରିଆ । ହେଲେ ଆଜି ଯୌତୁକ ପାଇଁ ସେଇ ନବବଧୂର ଜୀବନ ଯାଇଛି । ସ୍ୱାମୀ ସମେତ ଶାଶୁ, ପିଇସିଶାଶୁ ଓ ନଣଦ ପ୍ରମୁଖ ଯୋଜନାବଦ୍ଧ ଭାବେ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ବାହାରପାଳ ଗାଁରେ । ମୃତ ନବବଧୂ ପ୍ରତାପ ପାଢୀଙ୍କ ସ୍ତ୍ରୀ ସୁପ୍ରିୟା ପାଢୀ ବୋଲି ଜଣା ଜଣା ପଡ଼ିଛି । ଚଳିତ ବର୍ଷ ଫେବୃଆରୀ ମାସ ୬ ତାରିଖରେ ତିହିଡି ଥାନାଧିନ ଶଙ୍ଖିଡା ଗାଁର ବୁଦ୍ଧିରାମ ପାଢୀଙ୍କ ଝିଅ ସୁପ୍ରିଆ ବୈଦିକ ରୀତିନୀତିରେ ଯାନି ଯୌତୁକ ସହିତ ପ୍ରତାପ ପାଢୀଙ୍କୁ ବିବାହ କରିଥିଲେ । ମାତ୍ର ବିବାହର କିଛିଦିନ ପରେ ସ୍ୱାମୀ ସମେତ ପରିବାର ଲୋକେ ଯୌତୁକ ଜନିତ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ସେମାନେ ସୁପ୍ରିୟାର ବ୍ୟବହୃତ ମୋବାଇଲକୁ ମଧ୍ୟ ପିଟି ପିଟି ଭାଙ୍ଗି ଦେଇଛନ୍ତି । ତିହିଡି ମେଡିକାଲରେ ସୁପ୍ରିଆକୁ ଭର୍ତ୍ତି କରାଯାଇଛି ବୋଲି ଖବର ପାଇ ବାପଘର ଲୋକେ ଆସି ଦେଖନ୍ତି ତ ସେ ଆଉ ଜୀବନରେ ନାହିଁ । ଶୋଇବା ଘରେ ଫ୍ୟାନ୍ ରେ ରଶି ଲଗାଇ ସୁପ୍ରିଆ ଆତ୍ମହତ୍ୟା କରିଥିବା ଶ୍ବଶୁର ଘରଲୋକଙ୍କ ବୟାନକୁ ବାପ ଘରଲୋକେ ଅସ୍ୱିକାର କରିବା ସହିତ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଥିବା ଅଭିଯୋଗ କରିଛନ୍ତି । ମୃତକଙ୍କ ବାପା ବୁଦ୍ଧିରାମ ପାଢୀଙ୍କ ଅଭିଯୋଗ ମୂଳେ କେଶ୍ ନମ୍ବର୍ ୧୦୯/୨୨, ଦଫା ୩୦୨, ୩୦୪(ବି), ୪୯୮(ଏ) ଓ ଆଇପିସି ଧାରା ୩୪ରେ ପୋଲିସ୍ ଏକ ମାମଲା ରୁଜୁ କରିବା ସହିତ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।ସ୍ୱାମୀ ପ୍ରତାପ ପାଢ଼ୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ims news

Leave a Reply

Your email address will not be published. Required fields are marked *