ପାଇଖାନାରେ କବାଡ଼ି ଖେଳାଳିଙ୍କୁ ଖାଦ୍ୟ ପରିବେଷଣ

ପାଇଖାନାରେ କବାଡ଼ି ଖେଳାଳିଙ୍କୁ ଖାଦ୍ୟ ପରିବେଷଣ

ଭୁବନେଶ୍ୱର : ଉତ୍ତର ପ୍ରଦେଶର ସାହରନପୁରସ୍ଥିତ ଭୀମରାଓ ଆମ୍ବେଦକର ଷ୍ଟାଡିୟମ୍‌ରେ ୧୬ ବର୍ଷରୁ କମ୍ ରାଜ୍ୟସ୍ତରୀୟ କବାଡ଼ି ପ୍ରତିଯୋଗିତା ଅବସରରେ ଖେଳାଳିଙ୍କୁ ଶୌଚାଳୟରେ ଖାଦ୍ୟ ପରିବେଷଣ କରାଯାଉଥିବାର ଫଟୋ ଓ ଭିଡିଓ ପଦାକୁ ଆସିଥିଲା। ଏହାପ‌ରେ ଜିଲ୍ଲା କ୍ରୀଡ଼ା ଅଧିକାରୀଙ୍କୁ ନିଲମ୍ବନ କରାଯିବା ସହ ଖାଦ୍ୟ ପରିବେଷଣ କରିଥିବା ସଂସ୍ଥାକୁ କଳା ତାଲିକାଭୂକ୍ତ କରାଯାଇଥିଲା

ଏହି ଖବର ଶୁଣିବା ପରେ ଭାରତୀୟ କ୍ରିକେଟର୍‌ ଶିଖର ଧାୱନ ଦୁଃଖ ପ୍ରକାଶ କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ‘‘ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କବାଡ଼ି ଖେଳାଳିମାନଙ୍କୁ ଶୌଚାଳୟରେ ଖାଦ୍ୟ ପରିବେଷଣ ଦେଖି ମୁଁ ‌ମର୍ମାହତ। ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ୟୁପି ସରକାର ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି।’’ବୋଲି ଧାୱନ ଟ୍ବିଟର୍‌ରେ ପ୍ରକାଶ କରିଛନ୍ତି।

ims news

One thought on “ପାଇଖାନାରେ କବାଡ଼ି ଖେଳାଳିଙ୍କୁ ଖାଦ୍ୟ ପରିବେଷଣ

Leave a Reply

Your email address will not be published. Required fields are marked *