୪ ଡକାୟତ ଗିରଫ,ଡକାୟତି ଯୋଜନା ବିଫଳ

୪ ଡକାୟତ ଗିରଫ,ଡକାୟତି ଯୋଜନା ବିଫଳ

ଭୁବନେଶ୍ୱର: ଲିଙ୍ଗରାଜ ଥାନା ଅନ୍ତର୍ଗତ ବିଏମ୍‌ସି ମାର୍କେଟ୍‌ କଂପ୍ଲେକ୍ସରେ ଡକାୟତି ପାଇଁ ଉଦ୍ୟମ କରୁଥିବା ୪ ଦୁର୍ବୃତ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସେମାନେ ହେଲେ, ଲିଙ୍ଗରାଜ ଥାନା ଅଞ୍ଚଳ ହରଚଣ୍ଡୀ ସାହିର ରାଜେଶ ମହାପାତ୍ର(୪୮), ଚେମେଡି ସାହିର ଦେବୀ ପ୍ରସାଦ ଭୋଇ(୨୦), ରୁଦ୍ର ଭୋଇ(୨୨) ଓ କପିଳେଶ୍ୱର ଦଣ୍ଡା ସାହିର ସୂରଜ ମହାପାତ୍ର (୨୬)। ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ଭୁଜାଲି, ଦୁଇ ପ୍ୟାକେଟ୍‌ ଲଙ୍କାଗୁଣ୍ଡ, ଗୋଟିଏ ଲୁହାରଡ୍‌ ଓ ୪ଟି ଖାଲି ମଦ ବୋତଲ ଜବତ ହୋଇଛି।


ସୂଚନା ଅନୁସାରେ, ଆଜି ସଂଧ୍ୟାରେ ମାର୍କେଟ୍‌ କଂପ୍ଲେକ୍ସ ନିକଟରେ ୫ଜଣ ଅସାମାଜିକ ବ୍ୟକ୍ତି ମଦ ପିଇବା ସହ ବଡ଼ଧରଣର ଡକାୟତି ପାଇଁ ଯୋଜନା କରୁଛନ୍ତି ବୋଲି ପାଟ୍ରୋଲିଂରତ ଲିଙ୍ଗରାଜ ଥାନା ପିସିଆର୍‌କୁ ଏକ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ୍‌ ସେଠାରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ତେବେ ଅନ୍ଧାରର ସୁଯୋଗ ନେଇ ଜଣେ ଅଭିଯୁକ୍ତ ଖସିଯିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରି ପୁଲିସ୍‌ ତଦନ୍ତ ଚଳାଇଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି । ଅପରପକ୍ଷେ ଖସି ଯାଇଥିବା ଦୁର୍ବୃତ୍ତକୁ ଧରିବା ପାଇଁ ପୁଲିସ୍‌ ରାତିଅଧିଆ ଚଢ଼ଉ କରୁଥିବା ଜଣାଯାଇଛି।

ims news

10 thoughts on “୪ ଡକାୟତ ଗିରଫ,ଡକାୟତି ଯୋଜନା ବିଫଳ

  1. Its like you read my mind! You appear to know so much about this, like you wrote the book in it or something. I think that you could do with a few pics to drive the message home a bit, but instead of that, this is great blog. A great read. I’ll definitely be back.

  2. Write more, thats all I have to say. Literally, it seems as though you relied on the video to make your point. You obviously know what youre talking about, why waste your intelligence on just posting videos to your weblog when you could be giving us something enlightening to read?

  3. Hi there would you mind stating which blog platform you’re working with? I’m planning to start my own blog soon but I’m having a difficult time selecting between BlogEngine/Wordpress/B2evolution and Drupal. The reason I ask is because your design seems different then most blogs and I’m looking for something completely unique. P.S Apologies for being off-topic but I had to ask!

  4. Thank you for the good writeup. It actually used to be a amusement account it. Look complex to more delivered agreeable from you! However, how could we keep in touch?

Leave a Reply

Your email address will not be published. Required fields are marked *