ସାଉଥ ଫିଲ୍ମ ଆଡକୁ ଢଳୁଛନ୍ତି ସଂଜୁ

ଭୁବନେଶ୍ୱର : ଗତ କିଛି ସମୟ ଧରି ସଞ୍ଜୟ ଦତ୍ତ ସାଉଥ୍ ଫିଲ୍ମରେ କାମ କରୁଛନ୍ତି। କେଜିଏଫ୍ ଚ୍ୟାପ୍ଟର୍ ୨ ସହିତ କନ୍ନଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ସଞ୍ଜୁ ବାବା। ବର୍ତ୍ତମାନ ‘ଥଲାପତି ୬୭’ ମାଧ୍ୟମରେ ତାମିଲ ଫିଲ୍ମରେ ଏଣ୍ଟ୍ରି କରୁଛନ୍ତି ଅଭିନେତା। ଏଥି ସହିତ ସଞ୍ଜୟଙ୍କ ଦ୍ୱିତୀୟ କନ୍ନଡ ଫିଲ୍ମ ‘କେଡି ଦି ଡେଭିଲ୍’ ଶୀଘ୍ର ରିଲିଜ୍ ପାଇଁ ପ୍ରସ୍ତୁତ । ଫିଲ୍ମର ହିନ୍ଦୀ ଟାଇଟଲ୍ ନିକଟରେ ଟିଜର ରିଲିଜ୍ ହୋଇଛି। ଏହି ଇଭେଣ୍ଟରେ ସଞ୍ଜୟ କହିଛନ୍ତି, ସେ ଅଧିକ ଦକ୍ଷିଣ ଫିଲ୍ମରେ କାମ କରିବାକୁ ଚାହୁଁଛନ୍ତି। ଏଥି ସହିତ ଅଭିନେତା ଏହା ମଧ୍ୟ କହିଛନ୍ତି ଯେ ବଲିଉଡ ଇଣ୍ଡଷ୍ଟ୍ରି ଏହି ସମୟରେ ସାଉଥ ସିନେମାରୁ କ’ଣ ଶିଖିବା ଉଚିତ୍। ସେ କହିଛନ୍ତି ବଲିଉଡ ନିଜର ମୂଳ ଭୁଲିଯିବା ଉଚିତ ନୁହେଁ।
ସଞ୍ଜୟ କହିଛନ୍ତି, ‘ମୁଁ କେଜିଏଫ୍ ରେ କାମ କରିଛି ଏବଂ ବର୍ତ୍ତମାନ ନିର୍ଦ୍ଦେଶକ ପ୍ରେମଙ୍କ ସହିତ କେଡି – ଦି ଡେଭିଲ୍ ରେ କାମ କରୁଛି। ମୁଁ ଭାବୁଛି ବର୍ତ୍ତମାନ ଅଧିକ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିବାକୁ ଯାଉଛି।
ଏକ ଇଣ୍ଟରଭ୍ୟୁରେସଞ୍ଜୁ ବାବା କହିଛନ୍ତି, ‘ମୁଁ କେଜିଏଫ୍ ଏବଂ ଏସ୍ ଏସ୍ ରାଜାମୌଲି ସାରଙ୍କ ସହ କାମ କରିଛି। ମୁଁ ଦେଖିଲି ଏଠାରେ ବହୁତ ଉତ୍ସାହ, ପ୍ରେମ ଏବଂ ଶକ୍ତି ସହିତ ଫିଲ୍ମ ନିର୍ମାଣ କରାଯାଉଛି, ତେଣୁ ମୁଁ ଭାବୁଛି ବଲିଉଡ ଏସବୁ ଭୁଲିଯିବା ଉଚିତ୍ ନୁହେଁ।’