ନେତା ଙ୍କ ଜନ୍ମଦିନ ପାଳନ ବିବାଦକୁ ନେଇ ଛାତ୍ର-ଛାତ୍ର ଙ୍କ ମଧ୍ୟରେ ଆକ୍ରମଣ

ନେତା ଙ୍କ ଜନ୍ମଦିନ ପାଳନ ବିବାଦକୁ ନେଇ ଛାତ୍ର-ଛାତ୍ର ଙ୍କ ମଧ୍ୟରେ ଆକ୍ରମଣ

ଭୁବନେଶ୍ୱର, (ଜୁଲିସ୍ମିତା): କ୍ୟାମ୍ପସରେ ନେତାଙ୍କ ଜନ୍ମଦିନ ଧୁମ୍‌ଧାମ୍‌ରେ ପାଳନକୁ କେନ୍ଦ୍ର କରି କିଛି ଦିନ ହେଲା କୁହୁଳୁଥିବା
ସନ୍ତୋଷ ଆଜି ବିଜେବି କଲେଜ ଛାତ୍ର ଅଶାନ୍ତିର କାରଣ ହୋଇଛି। ଜନ୍ମଦିନ ପାଳନକୁ ବିରୋଧ କରୁଥିବା ବିପକ୍ଷ ରାଜନୈତିକ ସମର୍ଥକ ଛାତ୍ରଗୋଷ୍ଠୀ ଅପରପକ୍ଷର ଦୁଇ ଛାତ୍ରଙ୍କୁ ଆକ୍ରମଣ କରିଛନ୍ତି। ଏହାକୁ ନେଇ କଲେଜରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଲେଜ ଭିତରେ ଏହାର ସମାଧାନ
ହୋଇ ନପାରିବାରୁ କଥା ଥାନାକୁ ଯାଇଛି। ଦୁଇ ଗୋଷ୍ଠୀ ବଡ଼ଗଡ଼ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ କିଛି ଛାତ୍ର କଲେଜ କ୍ୟାମ୍ପସରେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଘଟଣାକୁ ବିପକ୍ଷ ରାଜନୈତିକ ଗୋଷ୍ଠୀ ଛାତ୍ର ସହଜରେ ଗ୍ରହଣ କରି ନଥିଲେ। ଉପରକୁ କିଛି ନ କହିଲେ ବି ଭିତରେ ଭିତରେ ସେମାନେ ଏହାର କୈଫିୟତ ତଲବ କରିବାକୁ ଚେଷ୍ଟା କରୁଥିଲେ । ଆଜି ଦିନ ପ୍ରାୟ ସାଢ଼େ ୧ଟାରେ ଇଣ୍ଟିଗ୍ରେଟେଡ୍ଏ ମ୍‌ବିଏ (ଆଇଏମ୍ଏ)ର କିଛି ଛାତ୍ର ଆର୍ଟସ୍ ବ୍ଲକ ଭିତରକୁ ପ୍ରବେଶ କରିଥିବା ପୂର୍ବରୁ ଅପେକ୍ଷା କରିଥିବା ୧୦ରୁ ଅଧିକ ବରିଷ୍ଠ ଛାତ୍ର ସେମାନଙ୍କୁ ଡାକିଥିଲେ । କଲେଜ କ୍ୟାମ୍ପସରେ କାହିଁକି ରାଜନେତାଙ୍କ ଜନ୍ମଦିନ ପାଳୁଛ ବୋଲି ପଚାରିଥିଲେ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହେବାରୁ ବରିଷ୍ଠଇ ଛାତ୍ରମାନେ ଅପରଗୋଷ୍ଠୀର ଦୁଇ ଛାତ୍ର ରାଧା ଓ ସନ୍ଦୀପଙ୍କୁ ମାରିଥିଲେ। ଓ ସେମାନଙ୍କ ସଂପର୍କରେ ସମର୍ଥକମାନେମାଡ଼ ଖାଇଥିବା ଛାତ୍ରଦ୍ୱୟ ବିଭାଗୀୟ ମୁଖ୍ୟଙ୍କ ପାଖରେ ପହଂଚିଥିଲେ ମଧ୍ୟ ନ୍ୟାୟ ନ ମିଳିବାରୁ ସେମାନେ ବଡ଼ଗଡ଼ ଥାନାର ଦ୍ବାରସ୍ଥ ହୋଇଥିଲେ । ଏହାର କିଛି ସମୟ ପରେ ଅପରଗୋଷ୍ଠୀ ମଧ୍ୟରେ ଥାନାରେ ପାଲଟା ଅଭିଯୋଗ କରିଥିଲେ ।

ଏ ସଂପର୍କରେ କଲେଜ ଅଧ୍ୟକ୍ଷ କହିଛନ୍ତି କଲେଜ ପରିସରରେ ନେତାଙ୍କ ଜନ୍ମଦିନ ପାଳନରୁ ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସେହି ଘଟଣାକୁ କେନ୍ଦ୍ର କରି ଆଜି କଲେଜ ପରିସରରେ ଅଶାନ୍ତି ସୃଷ୍ଟି ହୋଇଛି। ମାମଲାକୁ ଅତ୍ୟନ୍ତ ଗୁରୁତ୍ଵର ସହ ନିଆଯାଇଛି। ଏଥିପାଇଁ ଏକ ଶୃଙ୍ଖଳା କମିଟି ଗଠନ କରାଯାଇଛି। କମିଟି ଘଟଣାର ତଦନ୍ତ କରିବ। ଯଦି କୌଣସି ଛାତ୍ର ଦୋଷୀ ସାବ୍ୟସ୍ତ ହେବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଏହି ଘଟଣାରେ ଏଯାଏ କୌଣସି ମାମଲା ହୋଇନାହିଁ ବୋଲି ବଡ଼ଗଡ଼ ଥାନା ପୁଲିସ କହିଛି।

ims news

One thought on “ନେତା ଙ୍କ ଜନ୍ମଦିନ ପାଳନ ବିବାଦକୁ ନେଇ ଛାତ୍ର-ଛାତ୍ର ଙ୍କ ମଧ୍ୟରେ ଆକ୍ରମଣ

Leave a Reply to TwPtEjcdO Cancel reply

Your email address will not be published. Required fields are marked *